ବିଜେପି ବିଧାୟକ ଜନ୍ମେଜୟ ସିଂହଙ୍କ ହୃଦଘାତରେ ପରଲୋକ

0 63

ଲକ୍ଷେ୍ନø: ଗୁରୁବାର ବିଳମ୍ବିତ ରାତିରେ ଲକ୍ଷେ୍ନø ସ୍ଥିତ ରାମ ମନୋହର ଲୋହିଆ ହସ୍ପିଟାଲରେ ଉତ୍ତରପ୍ରଦେଶ ଦେଓରିଆର ବିଜେପି ବିଧାୟକ ଜନ୍ମେଜୟ ସିଂହଙ୍କ ହୃଦ୍ଘାତତରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୫ବର୍ଷ ହୋଇଥିଲା । ସେ ଗତ କିଛିଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ତାଙ୍କର ମୃତ୍ୟୁ ଖବରରେ ଉକ୍ତ ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳିଯାଇଛି । ଜନ୍ମେଜୟଙ୍କ ନିଧନ ଖବର ଶୁଣି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି । ଏଥିସହ ଲେଖିଛନ୍ତି ଦଳ ଆଜି ଜଣେ ଉତ୍ସଗୀକୃତ କର୍ମକର୍ତ୍ତା ଓ ଜନସାଧାରଣ ନିଜ ପ୍ରକୃତ ବନ୍ଧୁଙ୍କୁ ହରାଇଛନ୍ତି । ଭଗବାନ ରାମ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ବୋଲି ଆଦିତ୍ୟନାଥ କହିଛନ୍ତି । ସେହିପରି ସମାଜବାଦୀ ପାର୍ଟି(ଏସ୍ପି) ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.