ପେଟେଣ୍ଟ କ୍ଳବରେ ସାମିଲ ହେଲା ବ୍ରହ୍ମପୁର ଆଇଟିଆଇର ୩ ଉଦ୍ଭାବନ

0 73

ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀଙ୍କ ପ୍ରଶଂସା

ବ୍ରହ୍ମପୁର: ଆଇଆଇଟି ଓ ଏନଆଇଟି ଭଳି ଦେଶର ନାମକରା ଶିକ୍ଷାନୁଷ୍ଠାନ ଓ ଗବେଷଣା ଶିକ୍ଷାନୁଷ୍ଠାନ କ୍ଳବରେ ସାମିଲ ହୋଇଛି ବ୍ରହ୍ମପୁର ସରକାରୀ ଆଇଟିଆଇ। ଏହି ଆଇଟିଆଇ ପକ୍ଷରୁ ଉଦ୍ଭାବନ କରାଯାଇଥିବା ୩ ଟି ମେସିନ କେନ୍ଦ୍ର ଦକ୍ଷତା ବିକାଶ ଓ ଔଦଗିକ ବିଭାଗର ପେଟେଣ୍ଟ ଜର୍ନାଲରେ ସ୍ଥାନ ପାଇଛି। ବ୍ରହ୍ମପୁର ଆଇଟିଆଇର ଏହି ସଫଳତା ଦେଶର ଅନ୍ୟ ଆଇଟିଆଇଙ୍କ ପାଇଁ ଉଦାହରଣ ହୋଇ ରହିବ ବୋଲି କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରନ୍ମହେନ୍ଦ୍ରନାଥ ପାଣ୍ଡେ କହିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଆଇଟିଆଇର ଏହି ସଫଳତାକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି।

କରୋନା ମହାମାରୀ ସମୟରେ ବ୍ରହ୍ମପୁର ଆଇଟିଆଇ ପକ୍ଷରୁ ନିର୍ମାଣ କରାଯାଇଥିବା ମୋବାଇଲ ସ୍ୱାବ କଲେକ୍ସନ କିଓସ୍କ, ୟୁଭିସି ସୋଲେ ସାନିଟାଇଜର ଓ ୟୁଭିସି ରୋବା ୱାରିୟର ପାଟେଣ୍ଟ ଜର୍ନାଲରେ ସ୍ଥାନିତ କରାଯାଇଛି। ନିଜସ୍ୱ ଜ୍ଞାନକୌଶଳରେ ନିର୍ମାଣ କରାଯାଇଥିବା ଏହି ୩ ଟି ମେସିନର ସ୍ୱତାଧିକାରୀ ଏବେ ବ୍ରହ୍ମପୁର ଆଇଟିଆଇ ହାତରେ ରହିବ। ଏହି ଉଦ୍ଭାବନଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କ ଆତମନିର୍ଭରଶୀଳ ଭାରତ ଯୋଜନାରେ ସାମିଲ ହୋଇଥିବା ବେଳେ ଅନ୍ୟ ଆଇଟିଆ ମଧ୍ୟ ଉଦ୍ଭାବନ ଦିଗରେ ଗୁରୁତ୍ୱ ଦେବେ ବୋଲି କୁହାଯାଇଛି। ଏହା ବ୍ରହ୍ମପୁର ଆଇଟିଆଇ ପାଇଁ ସବୁଠୁ ବଡ଼ ସଫଳତା ବୋଲି ଏହାର ଅଧ୍ୟକ୍ଷ ଡ. ରଜତ ପାଣିଗ୍ରାହୀ କହିଛନ୍ତି।

Leave A Reply

Your email address will not be published.