ବିଏସ୍ଏଫ୍ ଗୁଳିରେ ୫ ଅନୁପ୍ରବେଶକାରୀ ନିହତ

0 63

ନୂଆଦିଲ୍ଲୀ: ପଞ୍ଜାବସ୍ଥିତ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ୫ ଜଣ ଅନୁପ୍ରବେଶକାରୀଙ୍କୁ ସୀମା ସୁରକ୍ଷା ବଳ(ବିଏସ୍ଏଫ୍) ଗୁଳି କରି ନିହତ କରିଛି ବୋଲି ଶନିବାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ସେ ଆହୁରି ବି କହିଛନ୍ତି କି ୧୦୩ତମ ବ୍ୟାଟାଲିୟନର ସଜାଗ ରହିଥିବା ସେନିକମାନେ ଅନ୍ତର୍ଜାତୀୟ ସୀମାରେ ସନ୍ଦେହଜନକ ଗତିବିଧିକୁ ତଦାରଖ କରୁଛନ୍ତି । ଅନୁପ୍ରବଶେକାରୀମାନେ ପଞ୍ଜାବର ତରନ ତାରନ ଜିଲ୍ଳା ଦେଇ ଭାରତକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା ବଳ ପ୍ରତିବାଦ କରିଥିଲାୟ ସୁରକ୍ଷା ବଳର ପ୍ରତିବାଦ ପରେ ଅନୁପ୍ରବେଶକାରୀମାନେ ଗୁଳି ·ଳନା କରିଥିଲେ । ଏହାର ଜବାବରେ ବିଏସ୍ଏଫ୍ ଯବାନମାନେ ଓଲଟା ଗୁଳି ଚଲାଇ ୫ ଜଣ ଅନୁପ୍ରବେଶକାରୀଙ୍କୁ ନିହତ କରିଥିବା ସୂଚନା ରହିଛି । ସଂପୃକ୍ତ ଅଞ୍ଚଳରେ ଏକ ସର୍ଚ ଅପରେସନ୍ ଜାରି ରହିଛି । ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଏବେ ସୁଦ୍ଧା ୫ ଜଣଙ୍କ ମୃତ ଶରୀର, ଏକ ଏକେ-୪୭ ରାଇଫେଲ୍, ୩ଟି ପିସ୍ତଲ୍, ଓ ଗ୍ରେନେଡ୍ ଉଦ୍ଧାର କରାଯାଇଛି । ସର୍ଚ ଅପରେସନ୍ ସଂପୂର୍ଣ୍ଣ ହେବା ପରେ ଯାଇ ସେମାନଙ୍କର ପୂରା ସାମର୍ଥ୍ୟ ଓ ଉଦ୍ଦେଶ୍ୟ ଜଣାପଡ଼ିବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନ୍ତି । ସୂତ୍ରରୁ ଆହୁରି ମଧ୍ୟ ଜାଣିବାକୁ ମିଳିଛି ଯେ ଅନୁପ୍ରବେଶକାରୀମାନେ ସେମାନଙ୍କ ଶରୀରରେ ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ(ଆଇଡି) ବାନ୍ଧିଥାଇ ପାରନ୍ତି ।

Leave A Reply

Your email address will not be published.