ବନ୍ଦେ ଭାରତ ଟ୍ରେନ୍ ନିର୍ମାଣ ଟେଣ୍ଡର ହେଲା ରଦ୍ଦ କଲା ଭାରତ

0 73

ନୂଆଦିଲ୍ଲୀ : ଚୀନ୍ ସାମଗ୍ରୀକୁ ବ୍ୟାନ୍ କରିବା ପାଇଁ ଦେଶର ଆହ୍ୱାନକୁ ସମର୍ଥନ ଜଣାଇ ଭାରତୀୟ ରେଳ ପକ୍ଷରୁ ଚୀନ୍କୁ ଏକ ବଡ ଝଟକା ଲାଗିଛି । ଭାରତୀୟ ରେଳ ଟ୍ରେନ୍ ୧୮ର ୪୪ଟି ଟ୍ରେନ୍ ପ୍ରସ୍ତୁତ କରିବାର ଟେଣ୍ଡର ରଦ୍ଦ କରିଦେଇଛି । ଭାରତୀୟ ରେଳ ବିଭାଗ ଅନୁଯାୟୀ ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ଏହି ଟେଣ୍ଡର ରହିଥିଲା । ଏହାପରେ ସପ୍ତାହକ ମଧ୍ୟରେ ନୂଆ ଟେଣ୍ଡର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । କେନ୍ଦ୍ର ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦିଆଯିବ । ଏହି ଟେଣ୍ଡରରେ ଚୀନ୍ର ମିଳିତ ଉଦ୍ୟୋଗ କମ୍ପାନୀ ସିଆର୍ଆର୍ସି ପାୟନିଅର୍ ଇଲେକ୍ଟ୍ରିକ୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ଏକମାତ୍ର ବିଦେଶୀ ବିଡର ଭାବରେ ଉଭା ହୋଇଥିଲା । ଯିଏ ସେମି ହାଇ ସ୍ପିଡ୍ ଟ୍ରେନ୍ ଉତ୍ପାଦନରେ ଆଗ୍ରହ ପ୍ରକାଶ କରିଥିଲା । ଏହାପରେ ଭାରତୀୟ ରେଲୱେ ଚୀନ୍ ର ବିଡରକୁ ଖାରଜ କରି ଏକ ନୂଆ ଟେଣ୍ଡର ପାଇଁ ବିଜ୍ଞପ୍ତି ଜାରି କରିବାର ନିଷ୍ପତ୍ତି ନେଇଛି । ଏକ ନିର୍ଦ୍ଦେଶନାମା ଜାରି କରି ଭାରତୀୟ ରେଲୱେ କହିଛି ଯେ, ସେମି ହାଇ ସ୍ପିଡ୍ ଟ୍ରେନ୍ ସେଟ୍ “ବନ୍ଦେ ଭାରତ’ର ୪୪ଟି ଟ୍ରେନର ନିର୍ମାଣ ପାଇଁ ଟେଣ୍ଡର ରଦ୍ଦ କରିଦିଆଯାଇଛି । ରେଲୱେ ମନ୍ତ୍ରଣାଳୟ ଅନୁସାରେ, ୫ ଘରୋଇ ବିଡର କମ୍ପାନୀ ମଧ୍ୟରେ ରାଜ୍ୟ ମାଲିକାନା ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍, ଭାରତ ଇଣ୍ଡଷ୍ଟ୍ରିଜ୍, ସଂଙ୍ଗରୁର, ଇଲେକ୍ଟ୍ରୋୱେଭ୍ସ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍, ମେଧା ସର୍ଭୋ ଡ୍ରାଇଭ୍ସ ପ୍ରାଇଭେଟ୍ ଲିମିଟେଡ୍ ଏବଂ ପାୱାରନେଟିକ୍ସ ଇକ୍ୱିପମେଣ୍ଟ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ସାମିଲ ରହିଛି । ସୂଚନାଯୋଗ୍ୟ ଯେ, ଟ୍ରେନ୍ ୧୮କୁ ବନ୍ଦେ ଭାରତ ଏକ୍ସପ୍ରେସ ନାମରେ ନାମିତ କରାଯାଇଥିଲା । ଅକ୍ଟୋବର ୨୦୧୮ରେ ଯେତେବେଳେ ଭାରତୀୟ ରେଳ ଘୋଷଣା କଲା ଯେ ମେକ୍ ଇନ୍ ଇଣ୍ଡିଆର ଅବଧାରଣାକୁ ଆହୁରି ଆଗକୁ ବଢାଇବା ସହ ଏହା ୮୦ ପ୍ରତିଶତରୁ ଅଧିକ ସ୍ୱଦେଶୀ ଜ୍ଞାନକୌଶଳରେ ର୍ନିମିତ ହୋଇଛି ସେତେବେଳେ ଏହା ଚର୍ଚ୍ଚାରେ ଥିଲା । ଭାରତୀୟ ସେନା ଏବଂ ଚୀନ୍ର ପିଏଲଏ ମଧ୍ୟରେ ଏଲଏସିରେ ବିବାଦ ଉପୁଜିବା ପରେ ଭାରତ ଚୀନ୍କୁ ଝଟକା ଦେବା ଆରମ୍ଭ କରିଥିଲା । ଏଥିପାଇଁ କେନ୍ଦ୍ର ସରକାର ୫୯ଟି ଚୀନ୍ ଆପ୍ ଉପରେ ରୋକ୍ ଲଗାଇଥିଲେ ଯାହା ଫଳରେ କମ୍ୟୁନିଷ୍ଟ ଦେଶର ବ୍ୟବସାୟିକ ସମ୍ଭାବନାକୁ ଝଟକା ଲାଗିଥିଲା ।

Leave A Reply

Your email address will not be published.