ଜାମ୍ମୁ କାଶ୍ମୀରର ଧାରା ୩୭୦ ପୁନରୁଦ୍ଧାର ପାଇଁ ସବୁ ଦଳ ଏକାଠି ହେବାକୁ ଆହ୍ୱାନ

0 52

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଧାରା ୩୭୦ ହଟାଯିବା ପରେ ଏକ ବଡ଼ ରାଜନୈତିକ ଘଟଣାକ୍ରମ ଦେଖିବାକୁ ମିଳିଛି । ଜାମ୍ମୁ କାଶ୍ମୀରର ସମସ୍ତ ପ୍ରମୁଖ ରାଜନୈତିକ ଦଳ ଧାରା ୩୭୦ର ପୁନରୁଦ୍ଧାର ପାଇଁ ଏକାଠି ହେବା କଥା କହିଛନ୍ତି । ଜାମ୍ମୁ କାଶ୍ମୀରର ରାଜନୈତିକ ଦଳ ଶନିବାର ଦିନ ଏହି ମନିଫେଷ୍ଟୋ ପ୍ରକାଶ କରିଛନ୍ତି । ମିଳିତ ବିବୃତ୍ତିରେ ଧାରା ୩୭୦ ଏବଂ ରାଜ୍ୟର ପୁନରୁଦ୍ଧାର ପାଇଁ ଆହ୍ୱାନ ଦିଆଯାଇଛି । ଏହି ମନିଫେଷ୍ଟୋରେ ନ୍ୟାସନାଲ କନଫରେନ୍ସର ଫାରୁକ୍ ଅବଦୁଲ୍ଲା, ପିଡିପିର ମେହବୁବା ମୁଫତି, ଜେ.କେ.ପି.ସି.ର ଜିଏ ମିର, ସିପିଆଇ-ଏମ୍ର ତରିଗାମି, ଜେ.କେ.ପି.ର ସାଜାଦ ଗାନି ଲୋନ, ଜେ.କେ.ଏନ.ର ମୁଜାଫର ଶାହା ଅନ୍ତର୍ଭୁକ୍ତ । ଜାରି ବିବୃତ୍ତିରେ କୁହାଯାଇଛି ଯେ ଅଗଷ୍ଟ ୪, ୨୦୧୯ରେ କେନ୍ଦ୍ର ସରକାର ଘୋଷଣା ହେବା ପରଠାରୁ ରାଜନୈତିକ ଦଳମାନେ ବହୁ କଷ୍ଟ ସହ ମୌଳିକ ସ୍ତର ବୁଝାମଣା କରିବାକୁ ଚେଷ୍ଟା କରିଛନ୍ତି । ଏହି ବୈଠକରେ ଏକ ସଂକଳ୍ପ ପାରିତ ହୋଇଛି । ବିବୃତ୍ତିରେ କୁହାଯାଇଛି ଯେ ୫ ଅଗଷ୍ଟ ୨୦୧୯ ର ଘଟଣା ଅପ୍ରତ୍ୟାଶିତ ଭାବରେ କେନ୍ଦ୍ର ସରକାର ଏବଂ ଜାମ୍ମୁ କାଶ୍ମୀର ମଧ୍ୟରେ ସମ୍ପର୍କକୁ ବଦଳାଇ ଦେଇଛି ।

Leave A Reply

Your email address will not be published.