ରାଜ୍ୟରେ ୬୮ ହଜାର ୯୦୬ କରୋନା ନମୁନା ପରୀକ୍ଷା

0 69

ଭୁବନେଶ୍ୱର: ପୁଣି କରୋନା ନମୁନା ପରୀକ୍ଷାରେ ଏକ ରେକର୍ଡ କରିଛି ଓଡ଼ିଶା। ଦ୍ବିତୀୟ ଥର ପାଇଁ ଗୋଟିଏ ଦିନରେ କରୋନା ଟେଷ୍ଟ ୬୦ ହଜାର ଟପିଛି କରୋନା ନମୁନା ପରୀକ୍ଷା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୮ ହଜାର ୯୦୬ କରୋନା ନମୁନା ପରୀକ୍ଷା ହୋଇଛି। ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ତାଙ୍କର ସୂଚନା ଅନୁଯାୟୀ, ଏଥିମଧ୍ୟରୁ ୬୧,୧୬୬ ଜଣଙ୍କର ଆଣ୍ଟିଜେନ ଟେଷ୍ଟ ହୋଇଛି । ୭ ହଜାର ୫୮୫ଟି ଆରଟିପିସିଆର୍ ଓ ୧୫୫ଟି ଟ୍ରୁନଟ୍‌ ଟେଷ୍ଟ ପରୀକ୍ଷା ହୋଇଛି । ଗଞ୍ଜାମରେ ସର୍ବାଧିକ ୮୬୫୯, ମୟୂରଭଞ୍ଜରେ ୮୫୯୬ ଓ କେନ୍ଦ୍ରାପଡ଼ାରେ ୭୭୫୨ ଟେଷ୍ଟ ହୋଇଛି। ଉଲ୍ଲେଖଯୋଗ୍ୟ, ଗତକାଲି ୬୧, ୩୭୯ କରୋନା ନମୁନା ପରୀକ୍ଷା ହୋଇଥିଲା। ଏଥିରେ ରଟିପିସିଆରରେ ୭,୦୫୪, ଆଣ୍ଟିଜେନରେ ୫୪,୨୪୩ ଏବଂ ଟ୍ରୁନଟରେ ୮୨ଟି କରୋନା ପରୀକ୍ଷା କରାଯାଇଥିଲା। ସୂଚନାଯୋଗ୍ୟ, କରୋନା ନମୁନା ପରୀକ୍ଷା କ୍ଷେତ୍ରରେ ଓଡ଼ିଶା ସଫଳତା ହାସଲ କରିଛି। ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ଇତିମଧ୍ୟରେ ୧୧ଲକ୍ଷ ଟପିଯାଇଛି। ଲଗାତାର କିଛି ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା ହେବା ଫଳରେ ଏହା ସମ୍ଭବପର ହୋଇଛି। କେବଳ ନମୁନା ପରୀକ୍ଷାରେ ବୃଦ୍ଧି ଏଣେ ରାଜ୍ୟର ଏକାଧିକ ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ୧୯ଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ ହଜାରେରୁ ଅଧିକ ରୋଗୀ ଚିହ୍ନଟ ହୋଇ ସାରିଲେଣି।ନୁହେଁ, ଦୈନିକ ଟେଷ୍ଟ ପଜିଟିଭ୍ ରେଟ୍‌ (ଟିପିଆର) ୫ରୁ ତଳକୁ ଖସି ଆସିଛି। କରୋନା ଲଢ଼େଇରେ ଏହା ରାଜ୍ୟ ପାଇଁ ଏକ ଉତ୍ସାହଜନକ ଖବର।

Leave A Reply

Your email address will not be published.