ବିଜେପି-ଜେଡିୟୁ-ଏଲଜେପି ମିଶି ନିର୍ବାଚନ ଲଢ଼ିବେ : ଜେପି ନଡ୍ଡା

0 75

ପାଟନା : ବିହାରରେ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ସମୟରେ ବିହାର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ କମିଟି ବୈଠକ କରିଥିଲା । ଏହି ଭର୍ଚୁଆଲ୍ ବୈଠକରେ ଭାରତୀୟ ଜନତା ପାର୍ଟି (ବିଜେପି) ର ଜାତୀୟ ସଭାପତି ଜେପି ନଡ୍ଡା ମଧ୍ୟ ଯୋଗ ଦେଇଥିଲେ । ଜେପି ନାଡା କହିଛନ୍ତି ଯେ ବିହାର ନିର୍ବାଚନରେ ବିଜେପି, ଜେଡିୟୁ ଏବଂ ଏଲଜେପି ଏକାଠି ନିର୍ବାଚନ ଲଢ଼ିବେ । ଏଥିସହ ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାର ବିଧାନସଭା ନିର୍ବାଚନ ହେବ ବୋଲି ସେ କହିଛନ୍ତି । ବିହାର ପ୍ରଦେଶ କାର୍ଯ୍ୟକାରିଣୀ କମିଟିର ବୈଠକରେ ବିଜେପି ସଭାପତି ଜେ.ପି ନଡ୍ଡା କହିଛନ୍ତି ଯେ ଯେତେବେଳେ ବି ବିଜେପି, ନୀତୀଶ କୁମାର ଏବଂ ଲୋକ ଜନତା ପାର୍ଟି (ଏଲଜେପି) ଏକାଠି ହୁଅନ୍ତି, ସେତେବେଳେ ଆମେ ଜିତିଥାଉ । ଏଥିସହ ଜେପି ନଡ୍ଡା କହିଛନ୍ତି ଯେ ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାର ବିଧାନସଭା ନିର୍ବାଚନ ଲଢ଼ିବୁ । ବିରୋଧୀ ଦଳଙ୍କୁ କଟାକ୍ଷ କରି ଜେପି ନଡ୍ଡା କହିଛନ୍ତି ଯେ ବିହାର ଏବଂ ପୂରା ବିରୋଧୀ ଦଳ ସଂପୂର୍ଣ୍ଣ ଭାବେ ଶେଷ ହୋଇଯାଇଛନ୍ତି । ଏଥିସହ ଜେପି ନଡ୍ଡା ପାର୍ଟି କର୍ମୀଙ୍କୁ ଛୋଟ ଛୋଟ ସଭା କରିବା ଏବଂ ଘର ଘର ବୁଲି ପ୍ର·ର କରିବା ପାଇଁ ଅନୁରୋଧ କରିଛନ୍ତି । ଡୋର୍ ଟୁ ଡୋର କ୍ୟାମ୍ପେନ୍ ସବୁଠାରୁ ପ୍ରଭାବଶାଳୀ ଅଭିଯାନ ସାବ୍ୟସ୍ତ ହେବ । ବିଜେପି ଏବଂ ନୀତୀଶ କୁମାରଙ୍କ ମାଧ୍ୟମରେ କରାଯାଇଥିବା କାର୍ଯ୍ୟ ବିହାରର ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପଡିବ । ଜେପି ନାଡା କହିଛନ୍ତି ଯେ ବିହାରରେ ଏବେ ଲକ୍ଡାଉନ୍ ଚାଲିଛି । ତେଣୁ ସେପ୍ଟେମ୍ବର ୬ ପରେ ସେ ନିଶ୍ଚିତ ବିହାର ଯିବେ । ଜେପି ନାଡା କହିଛନ୍ତି ଯେ ବିଜେପିକୁ ମଧ୍ୟ ଏହାର ସହଯୋଗୀ ଦଳକୁ ଜିତାଇବାକୁ ପଡ଼ିବ । ତେଣୁ ସେମାନଙ୍କୁ ସେମାନଙ୍କର ଶକ୍ତି ପ୍ରୟୋଗ କରିବାକୁ ପଡିବ । ବିଜେପିକୁ ମଧ୍ୟ ଏହାର ସହଯୋଗୀମାନଙ୍କୁ ଶକ୍ତି ଦେବାକୁ ପଡ଼ିବ । କରୋନା ସଂକ୍ରମଣ ଅବଧିରେ ନିର୍ବାଚନ ହେବାକୁ ଯାଉଛି ଏବଂ ଏହା ବର୍ତ୍ତମାନ ସମୟର ଏକ ବଡ ଆହ୍ୱାନ । କାର୍ଯ୍ୟ କମିଟି ବୈଠକରେ ସମ୍ବୋଧିତ କରିବାବେଳେ ବିହାର ବିଜେପି ଦାୟିତ୍ୱରେ ଥିବା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭୁପେନ୍ଦ୍ର ଯାଦବ ମଧ୍ୟ ଆଗାମୀ ର୍ନିବାଚନ ପାଇଁ ବିଜେପିର ଏକ ନୂଆ ସ୍ଲୋଗାନ ଦେଇଛନ୍ତି । ଭୁପେନ୍ଦ୍ର ଯାଦବ କହିଛନ୍ତି ଯେ ‘ବିଜେପି ହୈ ତୟାର, ଆତ୍ମନିର୍ଭରଶୀଳ ବିହାର’ ସ୍ଲୋଗାନ ଦେଇ ବିଜେପି ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱ­ିତା କରିବ ।

Leave A Reply

Your email address will not be published.