ବଜ୍ରାଘାତରେ ଚାଲିଗଲା ଜୀବନ

0 73

କ୍ଷତି ପୂରଣ ଦାବି କଲେ ସ୍ଥାନୀୟ ଲୋକେ

ଖୋର୍ଦ୍ଧା: ଖୋର୍ଦ୍ଧାରେ ବର୍ଷା ଏବଂ ବଜ୍ରପାତ । ସେହିଭଳି ଆଜି ବଜ୍ରପାତ ଘଟି ବାଘମାରି ଥାନା ଅନ୍ତର୍ଗତ ସାରୁଅ ଗାଁର ଗଙ୍ଗାଧର ପରିଡାଙ୍କ ମୃତ୍ୟୁ ଘଟିଛି । ଗଙ୍ଗାଧର ଆଜି ଅପରାହ୍ନରେ ବିଲରେ କାମ କରୁଥିବା ବେଳେ ବଜ୍ରପାତ ଘଟିଥିଲା । ଗୁରୁତର ଅବସ୍ଥାରେ ଗଙ୍ଗାଧରଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ତାକୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ପରିବାରକୁ କ୍ଷତିପୂରଣ ପାଇଁ ସ୍ଥାନୀୟ ବାସିନ୍ଦା  ଦାବି କରିଛନ୍ତି।

Leave A Reply

Your email address will not be published.