ରାସ୍ତା ନିର୍ମାଣ ନିମ୍ନ ମାନର

0 81

କୋଲନରା :-ଅଭିବ୍ୟକ୍ତ କୋରାପୁଟ ଜିଲ୍ଲା ରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ମୂଲ୍ୟ ରେ ପ୍ରତ୍ୟେକ ଗ୍ରାମକୁ ପିଚୁ ରାସ୍ତା ନିର୍ମାଣ କରିବା ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦେଇ ଖର୍ଚ୍ଚ କରେଇଛନ୍ତି । କିନ୍ତୁ ରାସ୍ତା ନିର୍ମାଣ ହେଉଛି । ଟଙ୍କା ଖର୍ଚ୍ଚ ହେଉଥିବା ଦେଖିବାକୁ ମିଳିଛି ।କିନ୍ତୁ ନିନ୍ମ ମାନର କାମ ହେଇଥିବା ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ବାଙ୍କିଲି ଗ୍ରାମ ପଞ୍ଚାୟତ ରେ ମିନ।ଝୋଲା ଠାରୁ ବିଷମ କଟକ ସଂଯୋଗ କରୁଥିବା ରାସ୍ତା ଦେଖିବାକୁ ମିଳିଛି । ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟ କରିବା ପାଇଁ ଠିକାଦାର ଶ୍ରୀ ରଞ୍ଜିତ କୁମାର ପାଢୀ ଙ୍କ ନାମରେ କାର୍ଯ୍ୟ।ଦେଶ ମିଳିଛି । କାର୍ଯ୍ୟ ମଧ୍ୟ ସମ୍ପାଦନା ହେଇଛି । କାର୍ଯ୍ୟ ଆରମ୍ଭ ହେଇ କାର୍ଯ୍ୟ ରକ୍ଷଣାବେକ୍ଷଣ ସରିବା ତାରିଖ ପର୍ଯ୍ୟନ୍ତ ରାସ୍ତା ରେ ନିର୍ମାଣ କଲଭର୍ଟ ନାଳ ଭାଙ୍ଗି ଦେଲା । କିଭଳି କାମ ହେଇଛି ଏଥିରୁ ଜଣା ପଡୁଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ନିର୍ମାଣଧିନ କାମ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଙ୍କ ନଜର କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ଉତ୍ତର ମିଳି ପ।ରି ନାହିଁ ବୋଲି ବୁଦ୍ଧି ଜୀବୀ ମହଲ ରେ ଆଲୋଚନା ହେଉଛି । ଠିକାଦାର ଓ ଦାୟିତ୍ୱ ରେ ଥିବା ଯନ୍ତ୍ରିଙ୍କ ମଧ୍ୟରେ ଭିତିରିଆ ବୁଝାମଣା ଚାଲୁଥିବ । ନଚେତ କାହିଁକି ଜିଲ୍ଲା ପ୍ରଶାସନ ଚୁପ ହେଇ ହାତ ବାନ୍ଧି ବସୁଛି । ଯଦି ପ୍ରଶାସନ ଖୁଦ ହାତ ବାନ୍ଧି ବସିବ , ଅଞ୍ଚଳର ସମସ୍ୟା ନେଇ କାହାକୁ ଗୁହାରି କରିବୁ ବୋଲି ଲୋକେ ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ନିର୍ମାଣ କାର୍ଯ୍ୟ ନିଜେ ଯଦି ଦେଖିବେ ନାହିଁ ତେବେ ବିଶ୍ୱାସ କରିହେବନାହିଁ । ବର୍ଷା ଟିକେ ହଲେ ଯାତାୟାତ ସମସ୍ୟା ନାହିଁ ନ ଥିବା ଅସୁବିଧା ସମ୍ମୁଖିନ ହେଉଛନ୍ତି । କେବେ ରାସ୍ତା କାମ ମରାମତି କରିବ ଜିଲ୍ଲା ପ୍ରଶାସନ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.