କନ୍ଧମାଳ : କନ୍ଧମାଳ ଜିଲ୍ଲାରୁ ବାଲିଗୁଡା ଥାନା ରାଇପଙ୍ଗା ଗାଁ ମାଓ ବିରୋଧୀ ପୋଷ୍ଟର ଲାଗିଛି । ପୋଷ୍ଟରେ ଗତ ୧୮ତାରିଖରେ ହୋଇଥିବା କଞ୍ଚାଲାଘୁ ହିଂସାକୁ ବିରୋଧ କରି ପୋଷ୍ଟର ମରାଯାଇଛି । inppf ପକ୍ଷରୁ ପୋଷ୍ଟର ମରାଯାଇଥିବା ସୂଚନା ।
ବାଲିଗୁଡା ଥାନା ରାଇପଙ୍ଗା ଗ୍ରାମରେ ପୋଷ୍ଟର ଲାଗିଛି । ଏହା ଏକ ନକ୍ସଲ ପ୍ରଭାବିତ ଅଞ୍ଚଳ । ନକ୍ସଲ ବିରୋଧୀ ପୋଷ୍ଟରରେ Inppf ଜିଲ୍ଲା କମିଟି ପକ୍ଷରୁ ନକ୍ସଲଙ୍କୁ ଖୁବ୍ ସମାଲୋଚନା କରାଯାଇଛି । ତେବେ ପୋଷ୍ଟରରେ କିଛି କଥା ଉଲ୍ଲେଖ ରହିଛି ଯେପରି…
୧. କଞ୍ଜାଲଘୁ ଠାରେ ଘଟାଯାଇଥିବା ହିଂସାକୁ ଆମେ ବିରୋଧ ଓ ନିନ୍ଦା କରୁଛୁ । କିଛି ନକ୍ସଲଙ୍କ ହତ୍ୟା ପ୍ରତିବାଦରେ ଏହି ହିଂସା କରାଯାଇଥିଲା । ଯାହାକି ଭୋକ ବିକଳରେ ତାଟିଆ କାମୁଡିବା ସାଦୃଶ୍ୟ ।
୨. ସେସବୁ ତୁମର ସମ୍ପତି ନଥିଲା, ଯାହା ତୁମେ ପୋଡିଦେଲ । ବିକାଶ କାମକୁ ବିରୋଧ କରି ପୋଡାଜଳା କେତେଦୂର ଯୁକ୍ତିଯୁକ୍ତ ? ଆଦିବାସୀର ବିକାଶ କାମରେ ତୁମେ ବିରୋଧୀ ନକ୍ସଲ ତୁମକୁ ଏହାର ଜବାବ ଦେବାକୁ ପଡିବ ।
୩ .ସେମାନେ ଆମମାନଙ୍କ ପାଇଁ ସହିଦ ନୁହନ୍ତି , ବହୁତ ଶୀଘ୍ର ଏହାର ପ୍ରତିଶୋଧ ନିଆଯିବ । ତୁମକୁ ଜଙ୍ଗଲ ଭିତରେ ଗୋଡେଇ ଗୋଡେଇ ବାହାର କରାଯିବ ।
୪. ଏ ଦେଶରେ ତୁମର କୌଣସି ଅଧିକାର ନାହିଁ ।
ପଡୋଶୀ ଦେଶର ପ୍ରରୋଚନାରେ ଆମେ ଦେଶର କିଛି ଲୋକ ଏପରି କାର୍ଯ୍ୟ କରୁଛନ୍ତି । ଯାହାକି ଆମ ଆଦିବାସୀଙ୍କ ବିକାଶରେ ବାଧା ସୃଷ୍ଟି କରୁଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।