ପାହାଡ଼ ଉପରୁ ନର କଙ୍କାଳ ଉଦ୍ଧାର

0 77

ସାଇଣ୍ଟିଫିକ ଟିମ୍‌ ଏବଂ ପୋଲିସର ତଦନ୍ତ

ସାନଖେମୁଣ୍ଡି : ପାହାଡ ଉପରୁ ମିଳିଲା ନର କଙ୍କାଳ। ଏହି ନର କଙ୍କାଳ ପାଖରେ ପଡ଼ିଛି ଖପୁରି, ଚୁଡ଼ି ସହ ମହିଳାର ଅନ୍ତବସ୍ତ୍ର। ଏହାକୁ ଦେଖି ଉକ୍ତ ଅଞ୍ଚଳରେ ଚହଳ ପଡ଼ିଯାଇଛି।  ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି। ପାହାଡ଼ ଉପରୁ ଅଜଣା ବ୍ୟକ୍ତିଙ୍କର ନରକଙ୍କାଳ ଉଦ୍ଧାର କରାଯାଇଛି। ଗଞ୍ଜାମ ପୋଲସରା ଥାନା ଗୋଛାବାଡ଼ି ପଂଚାୟତ ଅନ୍ତର୍ଗତ ବେରୁହାଁବାଡ଼ି ନିକଟ ପାହାଡରୁ ଏହି ମୃତଦେହ ମିଳିଛି। ମୃତଦେହ ନିକଟରେ ଖପୁରି, ଚୁଡି ସହ ମହିଳାର ଅନ୍ତବସ୍ତ୍ର ପଡ଼ିଥିବା ଦେଖିବାକୁ ମିଳିଛି। ଖବର ପାଇ ପୋଲସରା ଥାନା ଅଧିକାରୀ ପହଂଚି ଖପୁରି, ଚୁଡି, ସହ ଅନ୍ତବସ୍ତ୍ର ଜବତ କରିଥିବା ବେଳେ ଏହା ହତ୍ୟାକାଣ୍ଡ ନା ଧର୍ଷଣ ପରେ ହତ୍ୟା ଏହାକୁ ନେଇ ତଦନ୍ତ ଚାଲିଥିବା କହିଛନ୍ତି  ଥାନା ଅଧିକାରୀ । ସେପଟେ ଆଜି ପୁଣି ସେହି ସ୍ଥାନ ସାଣ୍ଟିଫିକ ଟିମ ସହ ପୋଲସରା ପୋଲିସ  ସେହି ସ୍ଥାନକୁ ଯାଇ ବିଭିନ୍ନ ଦିଗକୁ  ନେଇ ତଦନ୍ତ ଚଳାଇଛି ।

Leave A Reply

Your email address will not be published.