ଗୋଦରେଜ୍ ଭାଇରୋଶିଲ୍ଡ ୪.୦ ବଜାର ପ୍ରବେଶ

0 68

ଭୁବନେଶ୍ୱର : କୋଭିଡ୍-୧୯ ମହାମାରୀ ପାଇଁ ସୁରକ୍ଷା ଓ ସ୍ୱଚ୍ଛତା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଭାରତୀୟ ଗ୍ରାହକମାନଙ୍କ ବ୍ୟବହାରରେ ଉଲ୍ଲେଖନୀୟ ପରିବର୍ତନ ଘଟିଛି । କୋଭିଡ୍-୧୯ ଭୂତାଣୁରୁ ନିଜକୁ ସୁରକ୍ଷିତ ରଖିବା ଲାଗି ଗ୍ରାହକମାନେ ନିଜର ଶ୍ରେଷ୍ଠ କାର୍ଯ୍ୟ କରୁଛ”ି, ନିତିଦିନିଆ ବ୍ୟବହାର ପାଇଁ ଘରକୁ ଆସୁଥିବା ସାମଗ୍ରୀକୁ ସଫା କରିବା କିମ୍ବା ସାନିଟାଇଜ କରିବା କିମ୍ବା କ୍ୱାରାଟିଂନ୍ କରିବାରେ ସମୟ ଅପଚୟ କରୁଛ”ି-ସେହି ପଦ୍ଧତିଗୁଡ଼ିକ କେତେ ପ୍ରଭାବଶାଳୀ ତାହା ମଧ୍ୟ ସେମାନଙ୍କୁ ଜଣାନାହିଁ । କଂପାନି ପକ୍ଷରୁ ଗ୍ରାହକଙ୍କୁ ନେଇ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ୬୦ ପ୍ରତିଶତ ଗ୍ରାହକ ସମସ୍ତ ପାର୍ସଲ ଓ ପ୍ୟାକେଟ୍କୁ ଏକରୁ ଅଧିକ ଦିନ ପର୍ଯ୍ୟ” ଅଲଗା ରଖୁଛ”ି, ପନିପରିବା ବିଶୋଧନ କରୁଛ”ି ଏବଂ ସେଗୁଡ଼ିକୁ ମଧ୍ୟ ଗୋଟିଏ ଦିନ ଅଲଗା ରଖୁଛ”ି ଏବଂ କେତେକ ମାମଲାରେ ସାବୁନ ପାଣିରେ ମଧ୍ୟ ତାହାକୁ ଧୋଉଛ”ି ।
ଦୀର୍ଘ ୬୨ ବର୍ଷ ଧରି ଭାରତର ଅଗ୍ରଣୀ କଂଜ୍ୟୁମର ଡ୍ୟୁରେବଲ୍ ବ୍ରାଣ୍ଡ୍ ହୋଇରହିଥିବା ଗୋଦରେଜ୍ ଆପ୍ଲାଏନ୍ସେସ୍ ସର୍ବଦା ଭାରତୀୟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରୁଥିବା ଉପଯୋଗୀ ପ୍ରଯୁକ୍ତି ପ୍ରଦାନ କରିବା ଲାଗି ଉଦ୍ୟମ କରୁଛି । ଏହି ମହାମାରୀ ସମୟରେ, କଂପାନି ପୁଣି ଥରେ ସମୟର ଆହ୍ୱାନକୁ ଗ୍ରହଣ କରି ଭାରତୀୟ ଗ୍ରାହକଙ୍କ ପାଇଁ ଭାରତରେ ତିଆରି ଏକ ଉପଯୋଗୀ ଉତ୍ପାଦ ଆଣିଛି ଯାହା ସେମାନଙ୍କୁ ଏହି ସଙ୍କଟମୟ ସମୟ ପାର କରିବାରେ ସହାୟକ ହେବ । ତାହା ହେଉଛି ଗୋଦରେଜ ଭାଇରୋଶିଲ୍ଡ ୪.୦, ଏକ ୟୁଭି-ସି ପ୍ରଯୁକ୍ତି ଭିତିକ ଉତ୍ପାଦ ଯାହା ୨ରୁ ୬ ମିନିଟ୍ ଭିତରେ ୯୯ ପ୍ରତିଶତରୁ ଅଧିକ କୋଭିଡ୍-୧୯ ଭୂତାଣୁ ନାଶ କରୁଛି । ଏହା ୨୫୪ ଏନ୍ଏମ୍ ୟୁଭି ୱେଭଲେନ୍ଥରେ ପରିଚାଳିତ ହେଉଛି ଯାହା କୋଭିଡ୍-୧୯ ଓ ଅନ୍ୟାନ୍ୟ ଜୀବାଣୁ ଓ ଭୂତାଣୁକୁ ନିସ୍କ୍ରିୟ କରିବା ଲାଗି ଉପଯୁକ୍ତି । ବିଶ୍ୱାସଯୋଗ୍ୟ ଉତ୍ପାଦ ପ୍ରଦାନ କରିବା ଲାଗି ଜଣାଶୁଣା ଏହି ବ୍ରାଣ୍ଡ୍ ନିଶ୍ଚିତ କରିଛି ଯେ ଭାଇରୋଶିଲ୍ଡକୁ ଆଇସିଏମ୍ଆର୍ ଦ୍ୱାରା ମାନ୍ୟତାପ୍ରାପ୍ତ ଲ୍ୟାବ୍ରେ ୟୁଭିସି ବିକିରଣ ପାଇଁ ପରୀକ୍ଷଣ ଓ ସାର୍ଟିଫାଏଡ୍ କରାଯାଇଛି ।
ଉଭୟ ସୁରକ୍ଷା ଓ ସ୍ୱଚ୍ଛତାକୁ ନିଶ୍ଚିତ କରିବା ଲାଗି ଗୋଦରେଜ୍ ଭାଇରୋଶିଲ୍ଡ ୪.୦କୁ ତିଆରି କରାଯାଇଛି । ୟୁଭି-ସରାଉଣ୍ଡ୍ ପ୍ରଯୁକ୍ତି ସହି୍ତ ଗୋଦରେଜ୍ ଭାଇରୋଶିଲ୍ଡ ୪.୦ରେ ରହିଛି ୪ ୟୁଭି-ସି ଟ୍ୟୁବ୍ସ୍ ଓ ୬ ପାଶ୍ୱର୍ ପ୍ରତିଫଳନ ଆଭ୍ୟ”ର ରହିଛି ଯାହା ବଜାରରେ ମିଳୁଥିବା ସର୍ବାଧିକ କ୍ଷମତାର ଓ ଏହା ୩୬୦ ଡିଗ୍ରି ଅଂଚଳରେ ୟୁଭିସି ପହଂଚାଉଛି । ପୁନଶ୍ଚ, ଭାଇରୋଶିଲ୍ଡ ୪.୦ର କ୍ୟୁବ୍ ଭଳି ଡିଜାଇନ୍ ୟୁଭି-ସି ରଶ୍ମୀକୁ ସମାନ ଭାବେ ସବୁ ସ୍ଥାନରେ ପହଂଚାଉଛି । ଗ୍ରୋସରି ପ୍ୟାକ୍ଠାରୁ ଆରମ୍ଭ କରି ପନିପରିବା, ମୋବାଇଲ୍ ଫୋନ ପର୍ଯ୍ୟ” ଏବଂ ମାସ୍କ ଠାରୁ ଆରମ୍ଭ କରି ସୁନା ଗହଣା, ହେଡ୍ଫୋନ୍ ଓ କାର୍ ଚାବି, ଖେଳନା, ନଗଦ ଟଙ୍କା, ୱାଲେଟ୍ ଓ ଚଷମା ଆଦି ସବୁ କିଛିରୁ ଏହା ଜୀବାଣୁ ନାଶ କରିବାକୁ ସକ୍ଷମ । ଏହା ୩୦ ଲିଟର ଭଳି ବଡ଼ କ୍ଷମତାର ହୋଇଥିବାରୁ ଏକସଙ୍ଗେ ଏକାଧିକ ସାମଗ୍ରୀ କିମ୍ବା ବଡ଼ ସାମଗ୍ରୀର ଜୀବାଣୁ ନାଶ କରିହେବ ଏବଂ ଏହା ସମୟ ସଂଚୟ କରିବ । ତେଣୁ, କୌଣସି ପଦ୍ଧତି କାମ କରୁଛି ନା ନାହିଁ ତାହା ନଜାଣି ସଫା କରିବା, ଶୁଖାଇବା ଏବଂ ଜିନିଷକୁ ଅଲଗା ରଖିବାରେ ସମୟ ଅପଚୟ କରିବାକୁ ପଡ଼ିବ ନାହିଁ ।

Leave A Reply

Your email address will not be published.