ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେବେ ବୋଲି କହିଲେ ସୋନିଆ

0 69

ନୂଆଦିଲ୍ଲୀ: କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ବୈଠକରେ ସୋନିଆ ଗାନ୍ଧୀ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ କାର୍ଯ୍ୟ କମିଟିର ଭର୍ଚୁଆଲ୍ ବୈଠକ ଆରମ୍ଭରେ ସୋନିଆ ଗାନ୍ଧୀ ଏହି ପ୍ରସ୍ତାବ ଦେଇଛନ୍ତି । ସିଡବ୍ଲୁସି ବୈଠକକୁ ଦିଆଯାଇଥିବା ଏକ ଚିଠିରେ ସୋନିଆ ଗାନ୍ଧୀ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ନୂତନ ସଭାପତି ର୍ନିବାଚିତ ପ୍ରକ୍ରିୟା ଆରମ୍ଭ କରିବାକୁ କହିଛନ୍ତି । ଦଳର ନେତା କେସି ଭେନୁଗୋପାଲ ଏହି ଚିଠିକୁ ପଢ଼ିଥିଲେ । ମିଳିଥିବା ଖବାନୁଯାୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଦଳର ନେତା ଏ.କେ ଆଣ୍ଟୋନି ସୋନିଆ ଗାନ୍ଧୀଙ୍କୁ ଅଧ୍ୟକ୍ଷା ଭାବେ କାର୍ଯ୍ୟ ଜାରି ରଖିବାକୁ ନିବେଦନ କରିଛନ୍ତି । କଂଗ୍ରେସର ଦୁଇଟି ଶିବିରରେ ପରିସ୍ଥିତି ଦୃଶ୍ୟମାନ ହେଉଥିବାରୁ ଦଳର ସର୍ବୋଚ୍ଚ ନୀତି ର୍ନିବାହକାରୀ ୟୁନିଟ୍ ସିଡବ୍ଲୁସି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ କରୁଛି । ରବିବାର ଦିନ ସିଡବ୍ଲ୍ୟୁଡିସି ବୈଠକର ଗୋଟିଏ ଦିନ ପୂର୍ବରୁ ଦଳରେ ଏକ ନୂତନ ରାଜନୈତିକ ଝଡ଼ ହୋଇଥିଲା ଯେତେବେଳେ ୨୩ ଜଣ ବରିଷ୍ଠ ନେତା ସୋନିଆ ଗାନ୍ଧୀଙ୍କ ନିକଟକୁ ଏକ ପୂର୍ଣ୍ଣକାଳୀନ ତଥା ତୃଣମୂଳ ସ୍ତରର ସକ୍ରିୟ ସଭାପତି ଏବଂ ଉପରୁ ତଳ ପର୍ଯ୍ୟନ୍ତ ସଂଗଠନରେ ପରିବର୍ତ୍ତନ ଆଣିବାକୁ ଦାବି କରିଥିଲେ ।

Leave A Reply

Your email address will not be published.