ଲୋକ ଦେଖାଣିଆ କ୍ଷମା ମାଗିବା ଅନ୍ତରଆତ୍ମାର ଅବମାନନା ହେବ

0 64

ନୂଆଦିଲ୍ଲୀ: ଅଦାଲତଙ୍କ ଅବମାନନା ମାମଲାରେ ଓକିଲ ପ୍ରଶାନ୍ତ ଭୂଷାଣ ସୋମବାର ସର୍ବୋଚ୍ଚ ନ୍ୟାୟାଳୟରେ ନୂତନ ସତ୍ୟପାଠ ଦାଖଲ କରିଛନ୍ତି । ସେ ଏହି ମାମଲାରେ କ୍ଷମା ମାଗିବେ ନାହିଁ ବୋଲି କହିଛନ୍ତି । ସେ ନିଜ ତରଫରୁ ସଫେଇ ଦେଇ କହିଛନ୍ତି ତାଙ୍କ ତରଫରୁ କରାଯାଇଥିବା ଟ୍ୱିଟ୍ ଅଦାଲତ ଏବଂ ସମ୍ବିଧାନର ରକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା । ପ୍ରଶାନ୍ତ ଭୂଷଣ କହିଛନ୍ତି ଏହା ତାଙ୍କର ବି·ର ଥିଲା ଏବଂ ସେଥିରେ ସେ ଦୃଢ ଅଛନ୍ତି । ପ୍ରଶାନ୍ତ ଭୂଷଣ କୋର୍ଟରେ କହିଛନ୍ତି ନିଜ ବି·ରକୁ ବ୍ୟକ୍ତ କଲେ ନିଃସର୍ତ୍ତ ଅଥବା ବିନା କୌଣସି ସର୍ତ୍ତରେ କ୍ଷମା ମାଗିବା ଠିକ୍ ହେବନାହିଁ । ସେ ଅଦାଲତକୁ କହିଛନ୍ତି ଲୋକ ଦେଖାଣିଆ କ୍ଷମା ମାଗିବା ମୋର ଅନ୍ତରାତ୍ମା ଏବଂ ସଂସ୍ଥାର ଅବମାନନା କରିବା ପରି ସମାନ ହେବ । ଉଲ୍ଲେଖଯୋଗ୍ୟ ସୁପ୍ରିମକୋର୍ଟ ଅବମାନନା ମାମଲାରେ ମଙ୍ଗଳବାର ଶୁଣାଣି ହୋଇଛି । ଗତ ଶୁଣାଣିରେ କୋର୍ଟ ଭୂଷଣଙ୍କୁ ଦୁଇ ଦିନ ଭାବିବାକୁ ସମୟ ଦେଇଥିଲେ ଯେ ସେ ନିଜର ଟ୍ୱିଟ୍କୁ ନେଇ ପୁନର୍ବାର ବି·ର କରିବାକୁ ·ହାନ୍ତି କି । ଏହାପରେ ସୋମବାର ପ୍ରଶାନ୍ତ ଭୂଷଣ ନୂତନ ସତ୍ୟପାଠ ଦାଖଲ କରି କ୍ଷମା ମାଗିବାକୁ ମନା କରି ଦେଇଛନ୍ତି । ଭୂଷଣ ଦୁଇଟି ଅଲଗା ଅଲଗା ଟ୍ୱିଟ୍ କରି ମୁଖ୍ୟ ବି·ରପତି ଏସଏ ବୋବଡେ ଓ ·ରି ଜଣ ପୂର୍ବତନ ବି·ରପତିଙ୍କ ଉପରେ ଟିପ୍ପଣୀ କରିଥିଲେ । ସେ ବି·ରପତିଙ୍କ ଉପରେ ସରକାରଙ୍କ ସହିତ ମିଶି କୋର୍ଟର ଗାରିମା ସମାପ୍ତ କରିବାର ସଙ୍ଗୀନ ଅଭିଯୋଗ କରିଥିଲେ । ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ କୋର୍ଟ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏବେ ଭୂଷଣଙ୍କୁ କୋର୍ଟ ସଜା ଶୁଣାଣି କରିବାକୁ ଯାଉଛନ୍ତି । ଦଣ୍ଡ ଶୁଣାଣି ପୂର୍ବରୁ କୋର୍ଟ ତାଙ୍କୁ ଶେଷ ସୁଯୋଗ ଦେଇ କ୍ଷମା ମାଗିବାକୁ କହିଥିଲେ । ମାତ୍ର ଭୂଷଣ ନିଜର ଜବାବରେ କହିଛନ୍ତି ଭୁଲ ମାଗିବା ତାଙ୍କର ପ୍ରତି ଅନ୍ୟାୟ ହେବ । ତାଙ୍କର ଉଦ୍ଦେଶ୍ୟ କୋର୍ଟ କିମ୍ବା କୌଣସି ଜଜଙ୍କ ଛବି ଖରାପ କରିବାର ନଥିଲା ।

Leave A Reply

Your email address will not be published.