ଜଟାଧାରରେ ଜିନ୍ଦଲ ପ୍ଲାଣ୍ଟର ସମୀକ୍ଷା

0 124

ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରିବ JSW

ଭୁବନେଶ୍ୱର ୨୫।୦୮: ବିଶ୍ୱର ଅଗ୍ରଣୀ ଇସ୍ପାତ ନିର୍ମାତା ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରିବ। ଆଗାମୀ ୧୦ ବର୍ଷ ମଧ୍ୟରେ କମ୍ପାନି ଏହି ଅର୍ଥ ବିନିଯୋଗ କରିବ। ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ।

ସୋମବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ବେଳେ ଶ୍ରୀ ଜିନ୍ଦଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, କମ୍ପାନି ଜଗତ୍‌ସିଂହପୁର ଜିଲ୍ଲା ଜଟାଧାର ନିକଟରେ ବାର୍ଷିକ ୧୩.୨ ନିୟୁତ ଟନ୍‌ କ୍ଷମତାର ସମନ୍ୱିତ ଇସ୍ପାତ ପ୍ଲାଣ୍ଟ ସ୍ଥାପନ କରୁଛି। ଏ ପ୍ରକଳ୍ପ ଖୁବ୍‌ଶୀଘ୍ର ବାସ୍ତବ ରୂପ ନେବ । ପ୍ରସ୍ତାବିତ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି, ପାଣି ଓ ବିଜୁଳି ଯୋଗାଇ ଦେଇଛନ୍ତି । ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି ।

ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ପ୍ଲାଣ୍ଟରୁ ଉତ୍ପାଦନ ହେବାକୁ ଥିବା ଇସ୍ପାତକୁ ରାଜ୍ୟ ଭିତରେ ମୂଲ୍ୟଯୁକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ଜରିଆରେ ନିଯୁକ୍ତି ସୃଷ୍ଟି ତ୍ୱରାନ୍ୱିତ ହେବା ସହ ରାଜ୍ୟର ରାଜସ୍ୱ ବଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି।

ଓଡ଼ିଶାରେ ଜେଏସ୍‌ଡବ୍ଲ୍ୟୁର ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜିନ୍ଦଲ କହିଛନ୍ତି, କମ୍ପାନି ରାଜ୍ୟରେ ନିଜର ସମସ୍ତ ଶିଳ୍ପ ପ୍ରକଳ୍ପ ନେଇ ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଏହାର ସମସ୍ତ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଥିବାରୁ ଜେଏସ୍‌ଡବ୍ଲ୍ୟୁ ମୁଖ୍ୟ ସନ୍ତୋଷବ୍ୟକ୍ତ କରିଛନ୍ତି ।

ସେ କହିଛନ୍ତି, କମ୍ପାନି ରାଜ୍ୟରେ ‘ଜେଏସ୍‌ଡବ୍ଲ୍ୟୁ ସେଣ୍ଟର ଫର୍‌ ଡେଭଲପମେଣ୍ଟ ଷ୍ଟଡିଜ୍‌ ଫର୍‌ ଓଡ଼ିଶା’ ସ୍ଥାପନ କରିବ। ଏଥିପାଇଁ ଏହା ଆଇଆଇଏମ୍‌ ସମ୍ବଲପୁର ସହ ଚୁକ୍ତି କରୁଛି। ଏଥିରେ ଓଡ଼ିଶାକୁ ୧ ଲକ୍ଷ କୋଟି ଡଲାରର ଅର୍ଥନୀତିରେ ପରିଣତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରାଯିବ । ଆଗାମୀ ୧୦ ବର୍ଷ ମଧ୍ୟରେ ଜେଏସ୍‌ଡବ୍ଲ୍ୟୁ ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରିବାକୁ ଯାଉଛି ବୋଲି ଶ୍ରୀ ଜିନ୍ଦଲ କହିଛନ୍ତି।

ସେହିଭଳି ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଓ ଏକ ସ୍କୁଲ ସ୍ଥାପନ କରିବ। ପିପିପି ମୋଡ୍‌ରେ ସ୍ଥାପନ ହେବାକୁ ଥିବା ଏହି ହସ୍ପିଟାଲ ଓ ସ୍କୁଲ କୋଇଡ଼ା ଖଣି ଅଞ୍ଚଳର ଅଧିବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ଓ ଶିକ୍ଷା ସେବା ଯୋଗାଇବ। ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀ, ୫-ଟି ସଚିବ ଭି କେ ପାଣ୍ଡିୟାନ୍‌, ଇସ୍ପାତ ଓ ଖଣି ସଚିବ ସୁରେନ୍ଦ୍ର କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.