ଏଡିଜେଙ୍କ ଶିଶୁ ଯତ୍ନ ଅନୁଷ୍ଠାନ ପରିଦର୍ଶନ

0 81

ପଦ୍ମପୁର – ରାୟଗଡା ଜିଲା ଗୁଣପୁର ଏଡିଜେ ଶ୍ରୀ ଅଜୟ କୁମାର ପ୍ରଧାନ ପଦ୍ମପୁର ସ୍ଥିତ ସେବା ସାମାଜ ଦ୍ଵାରା ପରିଚାଳିତ ଜବରଗୁଡା ଶିଶୁ ଯତ୍ନ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି | ଏହି ସମୟରେ ଅନୁଷ୍ଠାନ ଭିତରେ ରହୁଥିବା ଅନ୍ତେବାସୀ ମାନଙ୍କ ସହ ଆଲୋଚନା କରିଥିଲେ ଓ କଭିଡ ନିୟମ ପାଳନ ସମ୍ପର୍କ ରେ ପଚାରି ବୁଝିଥିଲେ | ହାଇ କୋର୍ଟ ଙ୍କ ନିର୍ଦ୍ଦେଶ ନାମା ଅନୁସାରେ ଶିଶୁ ଯତ୍ନ ଅନୁଷ୍ଠାନ ପରିଦର୍ଶନ କରିଥିବା ଜଣାପଡିଛି | ଏହି ସମୟରେ ଅନୁଷ୍ଠାନ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପ୍ରଥମେ ଗୁଣପୁର ସେବା ସାମାଜ ଶିଶୁ ଯତ୍ନ ଅନୁଷ୍ଠାନ ପରିଦର୍ଶନ କରିବା ପରେ ଜବରଗୁଡା ଶିଶୁ ଅନୁଷ୍ଠାନ କୁ ଆସିଥିଲେ |

Leave A Reply

Your email address will not be published.