ପଦ୍ମନାଭ ମନ୍ଦିରକୁ ନେଇ ସୁପ୍ରିମକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ

0 53

ଯଦି ଜିଲ୍ଲା ଜଜ୍ ଅଣ-ହିନ୍ଦୁ ତେବେ ହିନ୍ଦୁ ସଦସ୍ୟ ପରି·ଳନାରେ ସାମିଲ ହେବେ

ତିରୁବନ୍ତପୁରମ୍ : କେରଳର ପଦ୍ମନାଭ ସ୍ୱାମୀ ମନ୍ଦିରର ପରି·ଳନା ସମ୍ପର୍କରେ ତ୍ରାଭାନକୋରର ପୂର୍ବ ରାଜ ପରିବାର ପରାମର୍ଶ ଦେଇଥିବା ଦୁଇଟି ସଂଶୋଧନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି ।ନୂତନ ବ୍ୟବସ୍ଥା ଅନୁଯାୟୀ, ଯଦି ତିରୁବନନ୍ତପୁରମର ଅତିରିକ୍ତ ଜିଲ୍ଲା ଜଜ୍ ଜଣେ ଅଣ-ହିନ୍ଦୁ, ତେବେ ଜଣେ ହିନ୍ଦୁ ପ୍ରଶାସନିକ କମିଟିର ଅଂଶ ହେବ । ଏଥିସହ କେରଳର ଜଣେ ଅବସରପ୍ରାପ୍ତ ହାଇକୋର୍ଟର ବି·ରପତି ଉପଦେଷ୍ଟା କମିଟିର ମୁଖ୍ୟ ହେବେ । ଏହି ପରାମର୍ଶଦାତା କମିଟି ମନ୍ଦିର ସହ ଜଡିତ ନୀତି ସମ୍ବନ୍ଧରେ ନିଷ୍ପତ୍ତି ନେବ । ଉଭୟ କମିଟି ଗଠନ ପାଇଁ ୪ ସପ୍ତାହ ସମୟ ଦିଆଯାଇଛି । ସୂଚନାଯୋଗ୍ୟ ଯେ ନିକଟରେ ସୁପ୍ରିମକୋର୍ଟ ତ୍ରାଭାନକୋର ରାଜ ପରିବାରକୁ ପଦ୍ମନାଭ ସ୍ୱାମୀ ମନ୍ଦିର ପରି·ଳନାରେ ମନ୍ଦିର ପରି·ଳନାରେ ହସ୍ତକ୍ଷେପ କରିବାକୁ ଅନୁମତି ଦେଇଥିଲେ । କେରଳର ତିରୁବନନ୍ତପୁରମର ଶ୍ରୀ ପଦ୍ମନାଭ ସ୍ୱାମୀ ମନ୍ଦିରରେ ଆର୍ଥିକ ଅନିୟମିତତାକୁ ନେଇ ସୁପ୍ରିମକୋର୍ଟରେ ପରି·ଳନା ଓ ପ୍ରଶାସନର ବିବାଦ ନଅ ବର୍ଷ ଧରି ବି·ରାଧୀନ ଥିଲା । କେରଳ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ତ୍ରାଭାନକୋରର ପୂର୍ବତନ ରାଜ ପରିବାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏକ ଆକଳନ ଅନୁଯାୟୀ ଏହି ମନ୍ଦିରର ସମ୍ପତ୍ତି ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କା ରହିଛି ।

Leave A Reply

Your email address will not be published.