ପୁଲୱାମା ଆକ୍ରମଣ ଘଟଣାରେ ଏନ୍ଆଇଏର ୧୩ହଜାର ୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ

0 83

ତାଲିକାରେ ମାସୁଦ୍ ଅଜହର ସମେତ ଅନେକ ପାକ୍ ଆତଙ୍କବାଦୀ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ମାମଲାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ୧୩୫୦୦ ପୃଷ୍ଠାର ·ର୍ଜସିଟ ଦାଖଲ କରିଛି । ଏହି ·ର୍ଜସିଟରେ ଜୈଶ ନେତା ମାସୁଦ ଅଜହରଙ୍କ ସମେତ ଅନେକ ପାକିସ୍ତାନୀ ଆତଙ୍କବାଦୀ ନାମିତ ହୋଇଛନ୍ତି । ଏନଆଇଏ ଜୈଶ-ଏ-ମହମ୍ମଦ ମୁଖ୍ୟ ଅଜହର ଏବଂ ତାଙ୍କ ସମ୍ପର୍କୀୟ ଅମର ଅଲଭି, ଅବଦୁଲ ରାଉଫଙ୍କ ସମେତ ୧୯ ଜଣଙ୍କ ନାମ ସ୍ଥାନିତ କରିଛି । ଗତବର୍ଷ ଫେବୃଆରୀ ମାସରେ ଜାମ୍ମୁକାଶ୍ମୀରର ପୁଲୱାମା ଠାରେ ଆତଙ୍କବାଦୀମାନେ ସିଆର୍ପିଏଫ୍ ଯବାନଙ୍କୁ ନେଇଯାଉଥିବା ଗାଡ଼ି ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୪୦ ସିଆର୍ପିଏଫ୍ ଯବାନ ନିହତ ହୋଇଥିଲେ । ଭାରତୀୟ ଯବାନମାନେ ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରି ଏହି ଆକ୍ରମଣର ପ୍ରତିଶୋଧ ନେଇଥିଲେ ।

Leave A Reply

Your email address will not be published.