ମୁମ୍ବାଇ କୋଠା ଭୁଶୁଡ଼ିବା ଘଟଣା, ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି

0 55

୧୯ ଘଣ୍ଟା ପରେ ଭଗ୍ନସ୍ତୁପ ମଧ୍ୟରୁ ଜୀବନ୍ତ ଉଦ୍ଧାର ହେଲା ୫ ବର୍ଷର ବାଳକ, ଏବେବି ୧୯ ନିଖୋଜ

ମୁମ୍ବାଇ: ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାରେ ଏକ ୫ମହଲା କୋଠା ଭୁଶୁଡ଼ିବାର ପ୍ରାୟ ୧୯ ଘଣ୍ଟା ପରେ ମଙ୍ଗଳବାର ଜଣେ ୫ ବର୍ଷର ବାଳକକୁ ଭଗ୍ନସ୍ତୁପ ମଧ୍ୟରୁ ଜୀବନ୍ତ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ମହମ୍ମଦ ବାଙ୍ଗି ନାମକ ଏହି ବାଳକଟି ସାରାରାତି ଭଗ୍ନସ୍ତୁପ ମଧ୍ୟରେ ଭୟଭୀତ ଅବସ୍ଥାରେ ଜୀବନ ଓ ମୃତ୍ୟୁର ସଂଘର୍ଷ ମଧ୍ୟରେ ବିତାଇବା ପରେ ଆଜି ସକାଳୁ ଏନଡିଆରଏଫ କର୍ମ·ରୀମାନେ ଯେତେବେଳେ ଉଦ୍ଧାର କଲେ ସେତେବେଳକୁ ସେ ସ୍ତବ୍ଧ ଅବସ୍ଥାରେ ବାକ୍ଶୂନ୍ୟ ହୋଇ ପଡ଼ିଥିଲା । ବାଳକଟିକୁ ଉଦ୍ଧାର କରାଯିବା ପରେ ଏନ୍ଡିଆରଏଫ୍ କର୍ତ୍ତୃପକ୍ଷ ତାକୁ ସେଠାରେ ଅପେକ୍ଷାରତ ଆମ୍ବୁଲାନ୍ସ ସାହାଯ୍ୟରେ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇ ଦେଇଥିଲେ । ଏନଡିଆରଏଫ୍ ଅଧିକାରୀ ଏବଂ ଉଦ୍ଧାରକାରୀ ଦଳର କର୍ମ·ରୀମାନେ ସନ୍ଦେହ କରୁଛନ୍ତି ଯେ ବାଳକଟିର ପରିବାର ସଦସ୍ୟମାନେ ଏବେ ବି ଭଗ୍ନସ୍ତୁପ ମଧ୍ୟରେ ଫସି ରହିପାରିଥାନ୍ତି ବୋଲି । ଅନ୍ୟ ପକ୍ଷରେ ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଥିବାବେଳେ ଏବେ ବି ଆହୁରି ୧୦-୧୨ ଜଣ ଲୋକ ଭୁଶୁଡ଼ି ପଡ଼ିଥିବା କୋଠାର ଭଗ୍ନସ୍ତୁପ ଭିତରେ ଫସି ରହିଥିବାର ଆଶଙ୍କା କରାଯାଉଛି । କୋଠା ଭୁଶୁଡ଼ିବାର ଗୋଟିଏ ଦିନ ପରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା କର୍ମ·ରୀମାନେ କୋଠାର ଭଗ୍ନସ୍ତୁପ ମଧ୍ୟରୁ ବଞ୍ଚିଥିବା ଲୋକଙ୍କୁ ଖୋଜାଖୋଜି କରିବାରେ ଲାଗିଛନ୍ତି । ଅନ୍ୟପକ୍ଷରେ ଏବେବି ୧୯ ଜଣ ନିଖୋଜ ଥିବା ପୁଲିସ କହିଛି ।

Leave A Reply

Your email address will not be published.