ପ୍ରଶାନ୍ତ ଭୂଷଣ ଅଦାଲତ ଅବମାନନା କେସ୍

0 71

‘ଆଇନଜୀବୀ ବିଚାର ବ୍ୟବସ୍ଥାର ଭରସା ଭାଙ୍ଗିଲେ ଲୋକଙ୍କ ଆସ୍ଥା ତୁଟିଯିବ’

ନୂଆଦିଲ୍ଲୀ : ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅବମାନନା ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ଭୂଷଣଙ୍କୁ ଚେତାବନୀ ଦେଇ ଛାଡିଦେବା ଉଚିତ୍ । ଏହାର ଜବାବ ଦେଇ ବି·ରପତି କହିଥିଲେ ମାତ୍ର ଭୂଷଣଙ୍କ ଜବାବ ପୂର୍ବାପେକ୍ଷା ଅଧିକ ଅପମାନଜନକ । ପ୍ରଶାନ୍ତ ଭୂଷଣ ଏହି ମାମଲାରେ ଅବମାନନାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଭୂଷଣ କ୍ଷମା ମାଗିବାକୁ ନେଇ ଲିଖିତ ଭାବେ ଏକ ବୟାନ ଜମା ଦେଇଛନ୍ତି ଏବଂ ତାଙ୍କ ଟ୍ୱିଟ୍ ରେ ଉଦ୍ଦେଶ୍ୟ ଦର୍ଶାଇଛନ୍ତି । ବର୍ତ୍ତମାନ ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ ଏହାକୁ ସ୍ୱୀକାର କରାଯିବ ବା ନାହିଁ । ଶୁଣାଣି ବେଳେ ବି·ରପତି କହିଥିଲେ ଯଦି ଆଇନଜୀବୀ ନ୍ୟାୟାପାଳିକାରେ ଲୋକଙ୍କ ଭରସାକୁ ଭାଙ୍ଗିବା ଭଳି ବୟାନ ଦେବେ ତେବେ ଲୋକ କୋର୍ଟ କହିଁକି ଆସିବେ । ଆମେ ମଧ୍ୟ ପୂର୍ବରୁ ଆଇନଜୀବୀ ଥିଲୁ । ଆଲୋଚନାକୁ ସ୍ୱାଗତ କରୁଛୁ । ମାତ୍ର ଲୋକଙ୍କ ବିଶ୍ୱାସକୁ ଭାଙ୍ଗିବାକୁ ପ୍ରୟାସ କରିବା ଅନୁଚିତ୍ । ଶୁଣାଣି ବେଳେ ବି·ରପତି ଆଟର୍ଣ୍ଣି ଜେନେରାଲଙ୍କୁ କହିଥିଲେ ଯେ, ଆପଣ କୁହନ୍ତୁ ଯଦି ଦଣ୍ଡ ଦିଆଯାଏ ତେବେ କ’ଣ ଦଣ୍ଡ ଦିଆଯିବ । ଏହାପରେ ଆଟର୍ଣ୍ଣିଂ ଜେନେରାଲ କହିଥିଲେ ଯେ, ଆପଣ କହିଦିଅନ୍ତୁ ଯେ ଭବିଷ୍ୟର ଏଭଳି ବୟାନ ଦେବେନାହିଁ । ଏହା ପରେ ବି·ରପତି କହିଥିଲେ ଯେ, ମୁଁ ଜାଣିଛି ଦୁନିଆରେ ସମସ୍ତେ ଠିକ୍ ନୁହନ୍ତି । ଭୁଲ୍ ସମସ୍ତଙ୍କର ହୁଏ । ମାତ୍ର ଭୁଲ୍ କରୁଥିବା ଲୋକ ଏହା ହୃଦୟଙ୍ଗମ କରିବା ଉଚିତ୍ । ଆମେ ତାଙ୍କୁ ସୁଯୋଗ ଦେଇଥିଲୁ ।ମାତ୍ର ସେ କହିଥିଲେ ଯେ, କ୍ଷମା ମାଗିବାକୁ ·ହୁଁନାହାନ୍ତି ।

Leave A Reply

Your email address will not be published.