ପାଣି ଭରିବାକୁ ନେଇ ଏସିଡ୍ ଆକ୍ରମଣ, ୨୩ ଗୁରୁତର

0 79

ଝାନ୍ସୀ: ୟୁପିରେ ଏସିଡ୍ ଆକ୍ରମଣର ଏକ ସମ୍ବେଦନଶୀଳ ମାମଲା ରୁଜୁ ହୋଇଛି । ଝାନସିର ଉଲଦାନ ପୋଲିସ ଷ୍ଟେସନ ଅଞ୍ଚଳର ବସାର ଗ୍ରାମରେ ଜଳ ଭରିବା ବିବାଦକୁ ନେଇ ଗୋଟିଏ ପାଶ୍ୱର୍ରୁ ଲୋକମାନେ ଅନ୍ୟ ପାଶ୍ୱର୍କୁ ଏସିଡ୍ ସାହାଯ୍ୟରେ ଆକ୍ରମଣ କରିଥିଲେ ଯେଉଁଥିରେ ଗାଁର ୨୩ ଜଣ ଲୋକଙ୍କ ଶରୀର ଗୁରୁତର ଭାବେ ଜଳିଯାଇଛି । ଜଳି ଯାଇଥିବା ୫ଜଣଙ୍କ ଅବସ୍ଥା ଗୁରୁତର ଥିବା ଦର୍ଶାଯାଇଛି । ଘଟଣା ପରେ ଗାଁରେ ଉତ୍ତେଜନା ଦେଖାଦେଇଛି । ଅଧିକାରୀମାନେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଝାନ୍ସୀ ମେଡିକାଲ କଲେଜରେ ପହଞ୍ଚିଛନ୍ତି । ବିଳମ୍ବିତ ରାତିରେ ଉଲଦାନ ପୋଲିସ ଷ୍ଟେସନ ଅଞ୍ଚଳର ବସାର ଗ୍ରାମରେ ଜଳକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ଲାଗି ରହିଥିଲା ଯେଉଁଥିରେ ଗୋଟିଏ ପାଶ୍ୱର୍ର ଲୋକମାନେ ଘରର ଛାତକୁ ଯାଇ ଅନ୍ୟ ପାଶ୍ୱର୍ରେ ଥିବା ଲୋକଙ୍କୁ ଏସିଡ୍ ସାହାଯ୍ୟରେ ଆକ୍ରମଣ କରିଥିଲେ । ଏହି ଏସିଡ୍ ଆକ୍ରମଣରେ ପ୍ରାୟ ୨୩ ଜଣ ଲୋକ ଜଳି ଯାଇଥିଲେ । ଏହା ଦେଖି ଗାଁରେ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ସମସ୍ତ ଏସିଡ୍ ଆକ୍ରମଣରେ ଗୁରୁତର ଲୋକଙ୍କୁ ଚିକିତ୍ସା ପାଇଁ କମ୍ୟୁନିଟି ହେଲ୍ଥ ସେଣ୍ଟରରେ ଭର୍ତ୍ତି କରିଛି । ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ଥିବାବେଳେ ଝାନ୍ସୀ ମେଡିକାଲ କଲେଜରେ ୫ଜଣଙ୍କୁ ଭର୍ତ୍ତି କରାଯାଇଛି । ଏହି ଘଟଣା ପାଇଁ ୬ ଜଣଙ୍କ ନାମରେ କେସ୍ ରୁଜୁ କରାଯାଇଥିବାବେଳେ ସେଥିମଧ୍ୟରୁ ୪ ଜଣଙ୍କୁ ଗିରଫ କରାଯାଇଛି । ଅବଶିଷ୍ଟ ଲୋକଙ୍କୁ ଖୋଜାଖୋଜି କରାଯାଉଛି ।

Leave A Reply

Your email address will not be published.