ପ୍ରଥମରୁ ଦ୍ବାଦଶ ୩୦% ସିଲାବସ କମିଲା : ସମୀର ଦାଶ

0 79

ଭୁବନେଶ୍ବର : କରୋନା ସଂକ୍ରମଣ ଯୋଗୁ ରାଜ୍ୟରେ ଶିକ୍ଷାଦାନ ପ୍ରଭାବିତ ହୋଇଛି। ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। କେବେ ସ୍କୁଲ ଖୋଲିବ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳୁ ନାହିଁ। ତେବେ ପିଲାଙ୍କ ମୁଣ୍ଡରୁ ପାଠ ପଢା ବୋଝ ହ୍ରାସ କରିବା ପାଇଁ ସରକାର ୩୦% ପାଠ୍ୟକ୍ରମ ବା​‌ ସିଲାବସ ହ୍ରାସ କରିଛନ୍ତି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୦% ସିଲାବସ ହ୍ରାସ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ୩ଟି କମିଟିର ସୁପାରିଶ ଆଧାରରେ ସିଲାବସ ହ୍ରାସ କରାଯାଇଛି । ତେବେ ଏ ସଂପର୍କୀତ ବିସ୍ତୃତ ତଥ୍ୟ ତଥା ନୂଆ ସିଲାବସ ଏସସିଇଆରଟି, ବିଏସଇ ଏବଂ ସିଏଚଏସଇ ୱେବସାଇଟରେ ଉପଲବ୍ଧ ହେବ।

Leave A Reply

Your email address will not be published.