୩୭ବର୍ଷୀୟା ତରୁଣୀ ଦାଉଦର ନୂଆ ଗାର୍ଲଫ୍ରେଣ୍ଡ୍

0 85

ମୁମ୍ବାଇ : ଅଣ୍ଡରୱାର୍ଲଡ ଡନ୍ ଦାଉଦ ଇବ୍ରାହିମ୍ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । ଦାଉଦଙ୍କ ନୂଆ ଗାର୍ଲଫ୍ରେଣ୍ଡଙ୍କ ନାଁ ସାମନାକୁ ଆସିଛି । କୁହାଯାଉଛି ଯେ ସେ ଜଣେ ପାକିସ୍ତାନୀ ଅଭିନେତ୍ରୀ ଏବଂ ଯାହାକୁ ଲୋକ ଗ୍ୟାଙ୍ଗଷ୍ଟାର୍ ଗୁଡ଼ିଆ ନାଁରେ ମଧ୍ୟ ଜାଣନ୍ତି । ସେ ହେଉଛନ୍ତି ମେହୱିଶ ହୟାତ । ମେହୱିଶ ହୟାତ ପ୍ରଥମ ପାକିସ୍ତାନୀ ଅଭିନେତ୍ରୀ ନୁହଁନ୍ତି ଯାହାର ନାଁ ଦାଉଦ ଇବ୍ରାହିମଙ୍କ ସହ ଯୋଡ଼ିଛି । କୁହାଯାଉଛି ଯେ ମେହୱିଶ ଦାଉଦଙ୍କଠୁ ପାଖାପାଖି ୨୭ବର୍ଷ ବଡ଼ । ପାକିସ୍ତାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦାଉଦ ବହୁତ ଟଙ୍କା ଲଗାଇଛନ୍ତି । କରାଚୀ ଏବଂ ଲାହୋରରେ ଅନେକ ବଡ଼ ପ୍ରଡ୍ୟୁସର ଏବଂ ଡାଇରେକ୍ଟରଙ୍କ ସହ ତାଙ୍କର ସମ୍ପର୍କ ରହିଛି । ଦାଉଦଙ୍କ ନାଁ ଯୋଡ଼ାଯିବା ପରେ ମେହୱିଶ୍ ହୟାତଙ୍କୁ ସୋସିଆଲ୍ ମିଡିଆରେ ଖୁବ୍ ଟ୍ରୋଲ୍ କରାଯାଉଛି । ହୟାତ କହିଛନ୍ତି ଯେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି । ତାଙ୍କର କାହା ସହ କୌଣସି ସମ୍ପର୍କ ନାହିଁୟ ନିକଟରେ ହୟାତଙ୍କୁ ପାକିସ୍ତାନର ବଡ଼ ନାଗରିକ ସମ୍ମାନ ତମଗା-ଏ-ଇମତିଆଜରେ ସମ୍ମାନିତ କରାଯାଇଥିଲା । ମେହୱିଶ ହୟାତଙ୍କ ପୂର୍ବରୁ ଦାଉଦଙ୍କ ନାଁ ଅଭିନେତ୍ରୀ ଅନୀତା ଆୟୁବଙ୍କ ସହ ଯୋଡ଼ା ଯାଇ ସାରିଛି । ଦାଉଦ ଏବଂ ଅନୀତାଙ୍କ ପ୍ରେମ ବିଷୟରେ ଲୋକଙ୍କୁ ସେତେବେଳେ ଜଣା ପଡ଼ିଥିଲା ଯେତେବେଳେ ନିର୍ମାତା ଜାଭେଦ ସିଦ୍ଦିକୀଙ୍କ ନିର୍ମମ ହତ୍ୟା ହୋଇଥିଲା । ଜାଭେଦ ଅନୀତାଙ୍କୁ ଫିଲ୍ମରେ ସାଇନ କରିବାକୁ ମନା କରିଦେବାରୁ ତାଙ୍କୁ ହତ୍ୟା କରାଯାଇଥିଲା ।

Leave A Reply

Your email address will not be published.