ସର୍ବାଧିକ ୩୩୮୪ ନୂଆ କରୋନା ପଜିଟିଭ୍ ଚିହ୍ନଟ

0 63

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ଟପିଲା

ଭୁବନେଶ୍ବର: ରାଜ୍ୟରେ ଆଜି ସର୍ବାଧିକ ୩୩୮୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୨୮ ଓ ସ୍ଥାନୀୟ ଅଞ୍ଚଳରୁ ୧୨୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ୯୮୬କୁ ବୃଦ୍ଧିପାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ଦ୍ବିତୀୟ ସର୍ବାଧିକ ୪୯୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୭୬, ଗଞ୍ଜାମ ଜିଲ୍ଲାରୁ ୧୭୭, ବଲାଙ୍ଗୀର ଜିଲ୍ଲାରୁ ୯୧, ବାଲେଶ୍ବର ଜିଲ୍ଲାରୁ ୧୧୯, କୋରାପୁଟ ଜିଲ୍ଲାରୁ ୮୯, ଭଦ୍ରକ ଜିଲ୍ଲାରୁ ୮୨, ରାୟଗଡ଼ା ଜିଲ୍ଲାରୁ ୧୫୪, ପୁରୀ ଜିଲ୍ଲାରୁ ୧୨୧, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୧, ଜଗତସିଂହପୁର ଜିଲ୍ଲାରୁ ୪୩, ସମ୍ବଲପୁର ଜିଲ୍ଲାରୁ ୧୮୨, କଳାହାଣ୍ଡି ଜିଲ୍ଲାରୁ ୨୭, ଯାଜପୁର ଜିଲ୍ଲାରୁ ୧୭୬, କନ୍ଧମାଳ ଜିଲ୍ଲାରୁ ୫୮, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୬, ମାଲକାନଗିରି ଜିଲ୍ଲାରୁ ୪୪, ଗଜପତି ଜିଲ୍ଲାରୁ ୯, ମୟୂରଭଞ୍ଜ ଜିଲ୍ଲାରୁ ୧୭୭ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୯୪, ଢେଙ୍କାନାଳ ଜିଲ୍ଲାରୁ ୬୦, ନବରଙ୍ଗପୁର ଜିଲ୍ଲାରୁ ୩୧, କେନ୍ଦୁଝର ଜିଲ୍ଲାରୁ ୩୫, ସୁବର୍ଣ୍ଣପୁର ଜିଲ୍ଲାରୁ ୨୩, ଅନୁଗୁଳ ଜିଲ୍ଲାରୁ ୧୩, ବରଗଡ଼ ଜିଲ୍ଲାରୁ ୧୫୭, ନୂଆପଡ଼ା ଜିଲ୍ଲାରୁ ୧୯, ଦେବଗଡ଼ ଜିଲ୍ଲାରୁ୧୬ ଓ ବୌଦ୍ଧ ଜିଲ୍ଲାରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୬୨୮୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୬୭୨ ରହିଛି।

Leave A Reply

Your email address will not be published.