ତିବ୍ଦତର ଜିଆଣ୍ଟସେରେ ଏକ ବଡ଼ ସେନାକ୍ୟାମ୍ପ ନିର୍ମାଣ କରୁଛି ଚୀନ୍

0 70

ନୂଆଦିଲ୍ଲୀ: ପୂର୍ବ ଲଦାଖର ପାଙ୍ଗୋଙ୍ଗ ସୋ ଏବଂ ଡେପସାଙ୍ଗ ଅଞ୍ଚଳରେ ସେନ୍ୟ ପ୍ରତ୍ୟାହାରକୁ ନେଇ ନୂଆଦିଲ୍ଲୀ ଏବଂ ବେଜିଂ ଆଲୋଚନା ଜାରି ରଖିଥିବା ବେଳେ ଚୀନ୍ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ରେ ନିଜର ସାମରିକ ଭିତ୍ତିଭୂମିକୁ ଆହୁରି ଦଢ଼ୃ କରୁଛି । ସଡକ ନିର୍ମାଣ ଏବଂ କ୍ଷେପଣାସ୍ତ୍ର ନିୟୋଜନ ବ୍ୟତୀତ ଅଧିକ ସେନ୍ୟ ଠୁଳ କରିବା ପାଇଁ କ୍ୟାମ୍ପ ତିଆରି କରୁଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ । ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ତିବ୍ଦତର ଜିଆଣ୍ଟସେରେ ଏକ ବଡ଼ ସେନାକ୍ୟାମ୍ପ ନିର୍ମାଣ କରୁଛି ଯାହା ସ୍ଥଳସେନା ପାଇଁ ଉଦ୍ଦିଷ୍ଟ ଥିବା ଜଣାପଡିଛି । ଜାନୁଆରୀ ୨୦୨୦ପରେ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ୨୦୨୧ ମସିହାରେ ର୍ନିମାଣ କାମ ଶେଷ ହେବାର ସମ୍ଭାବନା ରହିଛି । ସୂତ୍ରରୁ ପ୍ରକାଶ ଯେ, ତିଆରିି କରାଯାଉଥିବା ଏହି ନୂତନ ସେନାକ୍ୟାମ୍ପରେ ୬ଟି ବାଟାଲିଅନର କ୍ଷେତ୍ର ମୁଖ୍ୟାଳୟ,ଏକ ପ୍ରଶାସନିକ କୋଠା ଏବଂ ୬୦୦ରୁ ଅଧିକ ଯାନ ଏବଂ ଯନ୍ତ୍ରପାତି ରହିବାର ପାଇଁ ଗ୍ୟାରେଜ ତିଆରି କରାଯାଉଛି । ଜିଆଣ୍ଟସେ ଠାରୁ ପ୍ରାୟ ୧୪କିଲୋମିଟର ଦୂରରେ ଏକ ଆର୍ଟିଲିରି ବାଟାଲିଅନ୍ ରହିବ ବୋଲି ଜଣାପଡ଼ିଛି । ଜଣେ ସେନା ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ତିଆରି ହେଉଥିବା ନୂତନ ସେନାକ୍ୟାମ୍ପ ଏପରି ଏକ ସ୍ଥାନରେ ଅବସ୍ଥିତ ଯେଉଁଠାରୁ ଅରୁଣାଚଳ ପ୍ରଦେଶର ପଶ୍ଚିମ ଭାଗକୁ ଏବଂ ସିକ୍କିମକୁ ସହଜରେ ଯାଇହେବ । ଅରୁଣାଚଳ ପ୍ରଦେଶର ପଶ୍ଚିମ ଭାଗରେ ଅବସ୍ଥିତ ତାୱାଙ୍ଗ ଭାରତ ଏବଂ ଚୀନ୍ ମଧ୍ୟରେ ଏକ ପ୍ରମୁଖ ବିବାଦ ପାଲଟିଛି । ଅଧିକାରୀ ଜଣକ ଆହୁରି କହିଛନ୍ତି, ଜୁନ୍ ଏବଂ ଜୁଲାଇର ଚିତ୍ର ନିଶ୍ଚିତ କରେ ଯେ ପୂର୍ବ କ୍ଷେତ୍ରର ଏକାଧିକ ପଏଣ୍ଟରେ ଚୀନ୍ ସୀମା ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତା ର୍ନିମାଣ କରୁଛି ।

Leave A Reply

Your email address will not be published.