ନିୟନ୍ତ୍ରଣ ରେଖା ନିକଟରେ ସ୍ଥିତି ଗମ୍ଭୀର : ଏସ ଜୟଶଙ୍କର

0 80

ନୂଆଦିଲ୍ଲୀ : ଚୀନ ସହ ସୀମା ବିବାଦକୁ ସବୁ ପରିସ୍ଥିତିରେ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଉଦ୍ୟମ ହେଉଛି । କିନ୍ତୁ ଏହି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ ରହିଛି । ଏବେ ଲଦ୍ଦାଖର ସ୍ଥିତି ୧୯୬୨ ପରେ ସବୁଠାରୁ ଗମ୍ଭୀର ରହିଛି ବୋଲି କହିଛୱନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ପୁସ୍ତକ “ଦି ଇଣ୍ଡିଆ ୱେ, ଷ୍ଟ୍ରାଟେଜିଜ୍ ଫର୍ ଏନ୍ ଆସର୍ଟନ୍ ୱାର୍ଡ୍’ ଉନ୍ମୋଚନ ସମୟରେ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଏବେ ଏଲଏସି ବା ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ଉଭୟ ଦେଶ ବିପୁଳ ମାତ୍ରାରେ ସୈନ୍ୟ ବାହିନୀ ମୁତୟନ କରିଛନ୍ତି । ସୀମା ସ୍ଥିତିର ସମାଧାନ କୂଟନୈତିକ ସ୍ତରରେ ହେବା ଆବଶ୍ୟକ । କିନ୍ତୁ ବାସ୍ତବରେ ଉଭୟ ଦେଶ ମିଳିତ ଭାବେ ଆଗକୁ ବଢୁଛନ୍ତି । ସେ ଆହୁରି କହିଛନ୍ତି ଯେ, ଯେତେବେଳେ ସୀମା ବିବାଦର ସମାଧାନ କଥା ଉଠେ ସେତେବେଳେ ସମସ୍ତ ନୀତି, ଚୁକ୍ତି ଓ ବୁଝାମଣା ଉପରେ ଧ୍ୟାନ ଦେବା ଆବଶ୍ୟକ । ଏକପାଖିଆ ଭାବେ କୌଣସି ନିଷ୍ପତ୍ତି ନେବା ଠିକ୍ ନୁହେଁ । ଭାରତ ସୀମା ବିବାଦର ସମାଧାନ ·ହୁଁଛି । ଯାହା ରଣନୀତିକ ଦୃଷ୍ଟିକୋଣରୁ ଉଭୟ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ । ଉଭୟ ଦେଶ ମିଳିତ ଭାବେ ଏସିଆର ବିକାଶ ଦିଗରେ କାର୍ଯ୍ୟ କରିବା ଜରୁରୀ । ଉଭୟ ଦେଶ ମଧ୍ୟରେ ଏକ ଉଚ୍ଚ ବି·ରର ଆବଶ୍ୟକତା ରହିଛି । କିନ୍ତୁ ଗତ ୩ ମାସ ଧରି ଉଭୟ ଦେଶ ସୀମାରେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ସୂଚନାଯୋଗ୍ୟ, ଗଲୱାନ ଘାଟିରେ ଚୀନ ସେନା ସହ ମୁହାଁମୁହିଁ ହେବା ପରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହାପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା । ଏପରିକି ପ୍ରାୟ ୪୫ ବର୍ଷ ପରେ ଏଲଏସିରେ ରକ୍ତାକ୍ତ ସଙ୍ଘର୍ଷ ଘଟିଥିଲା ।

Leave A Reply

Your email address will not be published.