ଉତ୍ତର ପ୍ରଦେଶର କ୍ୟାବିନେଟ୍ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ କରୋନା ସଂକ୍ରମିତ

0 76

ଲକ୍ଷେ୍ନø, ୨୭ ।୮ : ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଏତେ ମାତ୍ରାରେ ବ୍ୟାପି ଯାଇଛି ଯେ ନେତା-ରାଜନେତା ମଧ୍ୟ ଏଥିରେ ବାଦ ପଡ଼ି ନାହାନ୍ତି । ପ୍ରତି ଦିନ କୌଣସି ନା କୌଣସି ରାଜନେତା ଏଥିରେ ଆକ୍ରାନ୍ତ ହେଉଛନ୍ତିୟ ଗୁରୁବାର ଉତ୍ତର ପ୍ରଦେଶ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ ମଧ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତିୟ ସିଦ୍ଧାର୍ଥ ନାଥ ସିଂହ ଲେଖିଛନ୍ତି ଯେ କରୋନାର ପ୍ରାଥମିକ ଲକ୍ଷଣ ଦେଖାଯିବାରୁ ସେ ଟେଷ୍ଟ କରାଇଥିଲେ ଏବଂ ରିପୋର୍ଟ ପଜିଟିଭ ଆସିଛି । ତାଙ୍କ ସ୍ୱାସ୍ଥ୍ୟ ଠିକ୍ ରହିଛି ଏବଂ ଡାକ୍ତରଙ୍କ ପରାମର୍ଶରେ ସେ ନିଜକୁ ହୋମ୍ ଆଇସୋଲେଟ୍ କରିଛନ୍ତି । ତାଙ୍କର ଅନୁରୋଧ ଯେ ଯେଉଁମାନେ ଗତ କିଛି ଦିନ ଧରି ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଦୟା କରି ନିଜ ଯାଞ୍ଚ କରାନ୍ତୁ ।

Leave A Reply

Your email address will not be published.