ପତଞ୍ଜଳିକୁ “କରୋନିଲ୍’ ନାଁ ବ୍ୟବାହାର ନ କରାଇ ଦେବା ପାଇଁ ଆଗତ ପିଟିସନ୍କୁ ଖାରଜ କଲେ ସୁପ୍ରିମକୋର୍ଟ

0 76

ନୂଆଦିଲ୍ଲୀ, ୨୭ ।୮ : ପତଞ୍ଜଳିକୁ “କରୋନିଲ୍’ ନାଁ ବ୍ୟବାହାର ନ କରାଇ ଦେବା ପାଇଁ ଆଗତ ଏକ ପିଟିସନ୍କୁ ଗୁରୁବାର ସୁପ୍ରିମ୍ କୋର୍ଟ ଖାରଜ କରିଛନ୍ତି । ଚେନ୍ନାଇର କମ୍ପାନି ଅରୁଦ୍ର ଇଞ୍ଜିନିୟର୍ସ ସୁପ୍ରିମ୍ କୋର୍ଟରେ ନିବେଦନ କରିଥିଲେ ଯେ, କରୋନାଭାଇରସ୍ ଔଷଧ ବୋଲି ଯୋଗ ଗୁରୁ ରାମଦେବ ଦାବି କରିଥିବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ “କରୋନିଲ୍’ ଟ୍ରେଡ୍ମାର୍କ ବ୍ୟବହାର କରିବାରେ ପତଞ୍ଜଳି ପ୍ରତି କଟକଣା ଲାଗୁ କରାଯାଉ । ମାଡ୍ରାସ୍ ହାଇକୋର୍ଟଙ୍କ ରାୟକୁ ·ଲେଞ୍ଜ୍ କରି ପୂର୍ବରୁ ଅରୁଦ୍ର ଏହି ପିଟିସନ୍ ଦାଏର କରିଥିଲେ । ଏହି ପିଟିସନ୍ର ଶୁଣାଣି କରି ଗୁରୁବାର ଦିନ ସୁପ୍ରିମ୍କୋର୍ଟ କହିଲେ, କୋଭିଡ୍ ସମୟରେ ଯଦି ଆମେ “କରୋନିଲ୍’ ଶବ୍ଦ ବ୍ୟବହାରରେ ଅନ୍ତଃରାୟ ସୃଷ୍ଟି କରିବୁ । ତେବେ ସେ ଔଷଧ ପ୍ରସାର ନିମନ୍ତେ ତାହା ଭୟାବହ ହେବ । ଏଥିପାଇଁ ମାଡ୍ରାସ୍ ହାଇକୋର୍ଟରେ ମାମଲା ଲଢ଼ନ୍ତୁ ବୋଲି ସୁପ୍ରିମ୍କୋର୍ଟ ଅରୁଦ୍ର ଇଞ୍ଜିନିୟର୍ସ ଲିମିଟେଡ୍କୁ ପରାମର୍ଶ ଦେଇଛନ୍ତି । ପ୍ରଥମେ ମାଡ୍ରାସ୍ ହାଇକୋର୍ଟଙ୍କ ଏକ ଜଣିକିଆ ବି·ରପତି ସମ୍ବଳିତ ଖଣ୍ଡପୀଠ ଅରୁଦ୍ରକୁ ଆଶ୍ୱସ୍ଥି ଦେଇଥିଲେ କିନ୍ତୁ, ପରେ ଏହା ଉପରେ ରହିତାଦେଶ ଜାରି କରିଥିଲେ । ସେ ମାମଲା ଆସନ୍ତା ମାସରେ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିବାରୁ ଅରୁଦ୍ର ମାଡ୍ରାସ ହାଇକୋର୍ଟରେ ତା’ର ଯୁକ୍ତ ଉପସ୍ଥାପନ କରିବ । ସାନିଟାଇଜର୍ ଓ କେମିକାଲ୍ ପ୍ରସ୍ତୁତ କରୁଥିବା ଅରୁଦ୍ର ଦାବି କରିଥିଲା ଯେ, ଟ୍ରେଡ୍ମାର୍କ ନାଁ “କରୋନିଲ୍’ ୧୯୯୩ ମସିହାରୁ ଅରୁଦ୍ର ମାଲିକାନାରେ ରହି ଆସିଛି ।

Leave A Reply

Your email address will not be published.