ରିୟାଙ୍କୁ ପଚରାଉଚୁରା କରୁଛି ସିବିଆଇ

0 94

ଆଜି ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତର ଅଷ୍ଟମ ଦିନୟ ଅନୁସନ୍ଧାନର ଅଷ୍ଟମ ଦିନରେ ସିବିଆଇ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ପାଇଁ ଡାକିଛ । ପ୍ରାପ୍ତ ସୂଚନା ମୁତାବକ ରିୟାଙ୍କୁ ସିବିଆଇ ପଚରାଉଚୁରା କରୁଛି । ଏହାପୂର୍ବରୁ ଗୁରୁବାର ଦିନ ସିବିଆଇ ରିୟାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କୁ ୧୪ ଘଣ୍ଟା ପଚରାଉଚରା କରିଥିଲା । ଗୁରୁବାର ଦିନ ରିୟାଙ୍କ ପିତା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଇଡି ପଚରାଉଚରା କରିଥିଲା । ଏମ୍ସ ଟିମ୍ ସୁଶାନ୍ତ ସିଂ ରାଜପୁତଙ୍କ ପୋଷ୍ଟମର୍ଟମ କରୁଥିବା ମୁମ୍ବାଇ ଡାକ୍ତରଙ୍କ ସହ କଥା ହେବେ । ଏଠାରେ ସୂଚନାଯୋଗ୍ୟ ଯେ ପୋଷ୍ଟମର୍ଟମ ରିପୋର୍ଟରେ ଅନେକ ଜିନିଷ ଲେଖାଯାଇ ନାହିଁ, ଯେଉଁଥିରେ ଅନେକ ବିବାଦ ଦେଖାଦେଇଛି ।

Leave A Reply

Your email address will not be published.