ଆତଙ୍କୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପାକିସ୍ତାନ କେବେ ଗୁରୁତ୍ୱ ଦିଏନାହିଁ : ଏସ୍ ଜୟଶଙ୍କର

0 81

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ପାକିସ୍ତାନରେ ଥିବା ବହୁତ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ଉପସ୍ଥିତିକୁ ଖୋଦ୍ ପାକିସ୍ତାନ ନିଜେ ସ୍ୱୀକାର କରିଛି । ବର୍ତ୍ତମାନ ସାରା ବିଶ୍ୱ ଆତଙ୍କବାଦର କର୍କଟ ଦ୍ୱାରା ପ୍ରଭାବିତ । ପାକିସ୍ତାନ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥାଏ ଏବଂ ସେମାନଙ୍କୁ ତାଲିମ ଦେଇ ଭାରତ ପଠାଇଥାଏ । ସେ ଆହୁରି କହିଛନ୍ତି, ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପାକିସ୍ତାନ କେବେବି ଗମ୍ଭୀର ନଥିଲା କି ଏବେ ବି ନାହିଁ । ଯଦ୍ୱାରା କି ପାକିସ୍ତାନର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠିଛି । ସୂଚନାନୁସାରେ, ଦାଉଦ ଇବ୍ରାହିମକୁ ସୁରକ୍ଷା ଦେବା ପାଇଁ ଆଇଏସଆଇ ତାଙ୍କୁ ଘରୁ ବାହାରକୁ ନ ଯିବା ପାଇଁ କଠୋର ନିର୍ଦ୍ଦେଶ ଦେଇଛି । ଆଇଏସଆଇ କରାଚିରେ ଥିବା ଦାଉଦ ଇବ୍ରାହିମର ଘରର ସୁରକ୍ଷା ମଧ୍ୟ ବୃଦ୍ଧି କରିଛି । ତା’ର ସୁରକ୍ଷା ସମ୍ପର୍କରେ ଦାଉଦ୍ ପାକିସ୍ତାନର ସମସ୍ତ ଏଜେନ୍ସିକୁ ନିବେଦନ କରିଛନ୍ତି । ମହୱିଶଙ୍କ ସହ ତାଙ୍କ ସମ୍ପର୍କର ବିଷୟ କିପରି ବାହାରିଲା, ସେଥିପାଇଁ ଦାଉଦ ଇବ୍ରାହିମ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ଦାଉଦ୍୍ ଏପର୍ଯ୍ୟନ୍ତ କିଛି କହି ନାହାଁନ୍ତି କିନ୍ତୁ ଦାଉଦ୍ର ଗର୍ଲଫ୍ରେଣ୍ଡ ମହୱିଶ ହାୟାତ୍ ଏକ ନ୍ୟୁଜ୍ ଚାନେଲ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମୋତେ କାଶ୍ମୀରରେ କହିବା ଉପରେ କେହି ବନ୍ଦ କରିପାରିବେ ନାହିଁ । ସେ ଆହୁରି କହିଛନ୍ତି ଯେ ମୋ ଉପରେ ଯେଉଁ ନ୍ୟୁଜ୍ ପ୍ରସାରଣ କରାଯାଉଛି ତାହା ଉପରେ ମୋର କିଛି କହିବାର ନାହିଁ ।

Leave A Reply

Your email address will not be published.