ଜଳବନ୍ଦୀରେ ଥିବା ଗର୍ଭବତୀଙ୍କୁ ଉଦ୍ଧାର କଲା ଓଡ୍ରାଫ ଟିମ୍

0 77

ଢେଙ୍କାନାଳ : ବ୍ରାହ୍ମଣୀ ବନ୍ୟାରେ ଢେଙ୍କାନାଳ ଜିଲ୍ଲାର ପାଂଚଟି ବ୍ଲକର ଲୋକ ପ୍ରଭାବିତ ହୋଇଛନ୍ତି । ଜିଲ୍ଲାରେ ପ୍ରବାହିତ ହେଉଥିବା ନଦୀ ନାଳର ଜଳସ୍ତର ଏବେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବହୁତ ଅଂଚଳରେ ଲୋକ ଜଳବନ୍ଦୀ ହୋଇ ଏବେ ବି ରହିଛନ୍ତି । ଜଳସ୍ତର କମ ହୋଇ ନଥିବା ହେତୁ ଅନେକ ସମସ୍ୟା ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ ଭୁଷଳ ପଂଚାୟତର ଜୟପୁର ଗ୍ରାମ ଏବେ ପାଣି ଘେରରେ ରହିଥିବା ବେଳେ ଏହି ଗାଁର ଶକୁନ୍ତଳା ମଲ୍ଲିକ ନାମକ ୨୫ ବର୍ଷୀୟା ମହିଳା ଗର୍ଭବତୀ ମହିଳା ଜଳବନ୍ଦୀରେ ପଡି ରହିଥିଲେ । ଅତ୍ୟଧିକ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନା ନେବାକୁ ଅସମ୍ଭବ ହୋଇ ପଡିଥିଲା । ସୂଚନା ପାଇ ଓଡ୍ରାଫ ଟିମ ବନ୍ୟାଜଳକୁ ପାର କରାଇ ଗର୍ଭବତୀ ଶକୁନ୍ତଳାଙ୍କୁ ଡାକ୍ତରଖାନା ନେବାର ସହାୟତା କରିଥିଲେ ।

Leave A Reply

Your email address will not be published.