ବନ୍ୟାରେ ବୁଡିଲା ବୁଦେ୍ଧଶ୍ୱର ଓ ଦୌଡେଶ୍ୱର

0 64

ଢେଙ୍କାନାଳ : ବ୍ରାହ୍ମଣୀରେ ବନ୍ୟା ଆସିଲେ ଭୁବନ ବ୍ଲକର ବାସିନ୍ଦାଙ୍କ ମନରେ ଛନକା ପଶେ । ଉପରମୁଣ୍ଡରେ ଲଗାଣ ବର୍ଷା ହେଲେ ଫୁଲିଉଠେ ବ୍ରାହ୍ମଣୀ । ତାହା ସହିତ ତାଳ ଦେଇଥାନ୍ତି ରାମିଆଳ ଓ ଡମଶାଳ । ସୁକିନ୍ଦା ବର୍ଷାପାଣି ମାଡିଆସିଲେ ଡମଶାଳରେ ଫୁଲିଉଠେ । ଦୟଣାବିଲରେ ରାଜପଥଉପରେ ୩ଫୁଟ ପାଣି ପୂର୍ବାହ୍ନରେ ଚାଲୁଥିଲା । କେନ୍ଧୁଝର ତେଲକୋଇ ଅଚଂଳରେ ବର୍ଷା ହେଲେ ଦଣ୍ଡାଧରରେ ବଢେ ପାଣି । ଗେଟ ଖୋଲିବା ପାଇଁ ବାଧ୍ୟ ହୁଅନ୍ତି ଜଳ ସମ୍ପଦ ବିଭାଗର ଅଧିକାରୀ । ଫୁଲି ଉଠେ ରାମିଆଳ ନଦୀ ଫଳରେ ମାର୍ଥାପୁର ଯମୁନାକୋଟ ରେ ପାଣି ଚାଲେ ଓ ଏହା ବାହ୍ୟ ଜଗତରୁ ବିଛିନ୍ନ ହୁଏ ଦୁଇଟି ଗ୍ରାମ । ସର୍ବୋପରି ବ୍ରାହ୍ମଣୀରେ ପାଣି ଆସିଲେ ବ୍ଲକର ଯମୁନାକୋଟ ପଚାଂୟତର କୃଷ୍ଣପୁର ଜଳମଗ୍ନ ହୋଇଥାଏ । ସୁରପ୍ରତାପୁରର ପାଟପୁର । ଭୁଷଳର ଜୟପୁର ଏକତାଳିର ପ୍ରହରାଜପୁର, ନିଳକଣ୍ଠପୁର, ବ୍ରହ୍ମପୁର କଣାପଳରେ ପାଣି ପଶେ । ଭୁବନ ଚନ୍ଦାର ଗ୍ରାମ ଉନ୍ନୟନ ବିଭାଗ ରାସ୍ତ।।ରେ ପାଣି ଚାଲୁଛି । କଣପାଳ ମହୁଳପାଳ ପାଣ୍ଡରା ପାଣି ରାସ୍ତା ଉପରେ ଚାଲୁଛି । ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ସୁଲେଇପାଳ ଗଣ୍ଡଭୁବନ,ବାସୁଦେବପୁର ,ଗୋପାଳପୁର , ବାରିଜଙ୍ଗ , ଅଚଂଳ ପ୍ରତି ବିପତି ରହିଛି । ଭୁବନର ଆରାଧ୍ୟ ଠାକୁର ବୃଦେ୍ଧଶ୍ୱର ବାବା ବନ୍ୟା ଜଳରେ ବୁଡିଯାଇଛନ୍ତି । ଖାଲିବାବା ବୁଦେ୍ଧଶ୍ୱର ନୁହନ୍ତି ନିଳକଣ୍ଟପୁରର ସ୍ୱପ୍ନେଶ୍ୱର , ଗଁଦିଆ ବ୍ଳକର କରମୁଳର ଦୌଡେଶ୍ୱର ମଧ୍ୟ ପାଣି ଘେରରେ ବୁଡିରହିଛନ୍ତି ।

Leave A Reply

Your email address will not be published.