ହୀରାକୁଦ ଜଳଭଣ୍ଡାରର ୪୪ଟି ଗେଟ୍ ଦେଇ ଜଳ ନିଷ୍କାସିତ

0 72

ସମ୍ବଲପୁର ୨୯।୮: ହୀରାକୁଦ ଜଳଭଣ୍ଡାରର ଆଉ ଦୁଇଟି ଗେଟ୍ ଖୋଲିଲା । ମୋଟ ୪୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାର ଜଳସ୍ତର ବୃଦ୍ଧି ହେବାରୁ ଆଉ ଦୁଇଟି ଗେଟ୍ ଖୋଲାଯାଇଛି । ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଜଳସ୍ତର ୬୨୬.୪୭ ଫୁଟ ରହିଛି ।

ଏବେ ହୀରକୁଦ ଜଳ ଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୮ ଲକ୍ଷ ୮୬ ହଜାର କ୍ୟୁସେକ୍ ଜଳ । ନିଷ୍କାସିତ ହେଉଛି ୬ ଲକ୍ଷ ୯୫ ହଜାର କ୍ୟୁସେକ୍ ଜଳ ।

ମୁଣ୍ଡଳିରେ ଧୀରେ ଧୀରେ ବଢୁଛି ଜଳସ୍ତର । ମୁଣ୍ଡଳି ଦେଇ ୯ ଲକ୍ଷ ୧୦ ହଜାର ୮୨୫ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ନରାଜ ଦେଇ ୪ ଲକ୍ଷ ୪୮ ହଜାର ୭୩୪ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଯୋବ୍ରା ଦେଇ ପ୍ରବାହିତ ହେଉଛି ୪ ଲକ୍ଷ ୨୩ ହଜାର ୫୧୪ କ୍ୟୁସେକ୍ ଜଳ ।

Leave A Reply

Your email address will not be published.