ଦେଶରେ ଆରୋଗ୍ୟ ହାର ୭୬.୨୮ ପ୍ରତିଶତକୁ ବୃଦ୍ଧି

0 61

ନୂଆଦିଲ୍ଲୀ : ଦେଶରେ ଦିନକରେ ୭୭ ହଜାର ୨୬୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୧୦୫୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୩ ଲକ୍ଷ ୮୭ ହଜାର ୫ଶହକୁ ବୃଦ୍ଧି ପାଇଛି । ମୃତ୍ୟୁସଂଖ୍ୟା ମଧ୍ୟ ୬୧ ହଜାର ୫୨୯ରେ ପହଞ୍ଚିଛି । ଦେଶରେ ଏବେ ୭ ଲକ୍ଷ ୪୨ ହଜାର ୨୩ ସକ୍ରିୟ ମାମଲା ରହିଛି । ଏହା ମୋଟ୍ ସଂକ୍ରମଣ ମାମଲାର ୨୧.୯୦ ପ୍ରତିଶତ । ଦେଶରେ କରୋନା ସଂକ୍ରମଣ ମାମଲା ଅଗଷ୍ଟ ୭ରେ ୨୦ ଲକ୍ଷ ଟପିଥିବାବେଳେ ଅଗଷ୍ଟ ୨୩ରେ ୩୦ ଲକ୍ଷ ଟପିଛି । ତେବେ ଆଇସିଏମ୍ଆର ଅନୁଯାୟୀ ଦେଶରେ ଅଗଷ୍ଟ ୨୭ ସୁଦ୍ଧା ୩ କୋଟି ୯୪ ଲକ୍ଷ ୭୭ ହଜାର ୮୪୮ ନମୁନା ପରୀକ୍ଷା ହୋଇଛି । କେବଳ ଗୁରୁବାର ଦିନ ୯ ଲକ୍ଷ ୧ ହଜାର ୩୩୮ ନମୁନା ପରୀକ୍ଷା ହୋଇଛି । ଦେଶରେ ସଂକ୍ରମଣ ମାମଲା ଲଗାତାର ଭାବେ ବଢ଼ି ·ଲିଥିଲେ ମଧ୍ୟ ସେହି ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦ ହଜାର ୧୭୭ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିସହ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ପ୍ରାୟ ୨୬ ଲକ୍ଷ ଅର୍ଥାତ୍ ୨୫ ଲକ୍ଷ ୮୩ ହଜାର ୯୪୮କୁ ବୃଦ୍ଧି ପାଇଛି । ଦେଶରେ ଏବେ ସକ୍ରିୟ ମାମଲା ପ୍ରାୟ ୨୨ ପ୍ରତିଶତ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଆରୋଗ୍ୟ ହାର ୭୬.୨୮ ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ମାମଲା ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ପ୍ରାୟ ୩.୫ ଗୁଣା ଅଧିକ ରହିଛି । ସେହିପରି ଆରୋଗ୍ୟ ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ଏବେ ୧୮ ଲକ୍ଷ ୪୧ ହଜାର ୯୨୫କୁ ବୃଦ୍ଧି ପାଇଛି । ଏଯାବତ୍ ଦେଶରେ ୧୭୨୩ଟି ଉତ୍ସର୍ଗୀକୃତ କୋଭିଡ୍ ହସ୍ପିଟାଲ୍, ୩୮୮୩ ଉତ୍ସର୍ଗୀକୃତ କୋଭିଡ୍ ହେଲ୍ଥ ସେଣ୍ଟର, ୧୧ ହଜାର ୬୮୯ଟି କୋଭିଡ୍ କେୟାର ସେଣ୍ଟର, ୧୫ ଲକ୍ଷ ୮୯ ହଜାର ୧୦୫ ଆଇସୋଲେସନ୍ ବେଡ୍, ୨ ଲକ୍ଷ ୧୭ ହଜାର ୧୨୮ ଅକ୍ସିଜେନ୍ ସପୋର୍ଟେଡ୍ ବେଡ୍ ଏବଂ ୫୭ ହଜାର ୩୮୦ ଆଇସିୟୁ ବେଡ୍ ରହିଛି । ମୃତ୍ୟୁହାର ମଧ୍ୟ ୧.୮୨ ପ୍ରତିଶତକୁ ଖସିଆସିଛି ।

Leave A Reply

Your email address will not be published.