“ବ୍ଲାକ୍ ପାନ୍ଥର’ ପାଇଁ ଫେମ୍ ଚାଦୱିକ୍ ବୋସମ୍ୟାନଙ୍କ ମୃତ୍ୟୁ

0 61

ନୂଆଦିଲ୍ଲୀ: ପାକସ୍ଥଳୀ କର୍କଟ ରୋଗରେ ପୀଡ଼ିତ ଥିବା ହଲିଉଡ୍ ଫିଲ୍ମ “ବ୍ଲାକ୍ ପାନ୍ଥର୍’ ଅଭିନେତା ·ଦୱିକ୍ ବୋସମ୍ୟାନଙ୍କର ୪୩ବର୍ଷ ବୟସରେ ମୃତ୍ୟୁ ଘଟିଛି । ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଅଭିନେତା ·ଦୱିକ୍ ·ରି ବର୍ଷ ଧରି କର୍କଟ ରୋଗ ସହ ସଂଗ୍ରାମ କରୁଥିଲେ । ୨୦୧୬ରେ ସେ ପାକସ୍ତଳୀ କର୍କଟ ରୋଗରେ ପୀଡ଼ିତ ଥିବା ଜାଣିବାକୁ ପାଇଥିଲେ । ସେବେଠାରୁ ତାଙ୍କର ଚିକିତ୍ସା ·ଲୁ ରହିଥିଲା । ହେଲେ ଶୁକ୍ରବାର ସେ ନିଜ ଜୀବନ ଯୁଦ୍ଧରେ ହାରି ଯାଇଥିଲେ । ମୃତ୍ୟୁ ସମୟରେ ତାଙ୍କ ପାଖରେ ତାଙ୍କ ସ୍ତ୍ରୀ ଏବଂ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ସେ ଲସ ଆଞ୍ଜେଲସସ୍ଥିତ ନିଜ ବାସଭବନରେ ମୃତ୍ୟୁବରଣ କରିଥିବା ଜଣା ପଡ଼ିଛିୟ ମୃତ୍ୟୁବେଳକୁ ତାଙ୍କୁ ୪୩ବର୍ଷ ବୟସ ହୋଇଥିଲା । ତେବେ କର୍କଟ ରୋଗରେ ପୀଡ଼ିତ ଥିଲେ ମଧ୍ୟ ନିଜ ଚିକିତ୍ସା ପାଇଁ ଫିଲ୍ମ କରିବା ଛାଡ଼ି ନଥିଲେ ·ଦୱିକ୍ । କେମୋଥେରାପି ସହ ସେ ସୁଟିଂ କରିବା ଜାରି ରଖିଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି । ଅନେକ ବଡ଼ ବଡ଼ ଚଳଚ୍ଚିତ୍ରରେ ଅଭିନେତା ·ଦୱିକ୍ ବୋସମ୍ୟାନ ନଜର ଆସିଥିଲେ ମଧ୍ୟ “ବ୍ଲାକ୍ ପାନ୍ଥର୍’ ପରେ ତାଙ୍କୁ ଅଧିକ ଲୋକପ୍ରିୟତା ମିଳିଥିଲା । ବିଶ୍ୱରେ “ବ୍ଲାକ୍ ପାନ୍ଥର୍’ ୧.୩ ବିଲିୟନ ଡଲାରରୁ ଅଧିକ ଆୟ କରିଥିଲା । ବ୍ଲାକ୍ ପାନ୍ଥର ବ୍ୟତୀତ ସେ “୨୧ବ୍ରିଜେଶ’, “ଗେଟ୍ ଅନ ଅପ’, “୪୨’, “ଦ ୫ ବ୍ଲଡସ୍’, “ମାର୍ଶଲ’, “ଆଭେଞ୍ଜର୍ସ: ଇନଫିନିଟି ୱାର’,’ଆଭେଞ୍ଜର୍ସ: ଏଣ୍ଡଗେମ୍’ ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ନଜର ଆସିଥିଲେ ।

Leave A Reply

Your email address will not be published.