ଜାମ୍ମୁରେ ସୀମାରେ ୨୫ ଫୁଟର ସୁଡ଼ଙ୍ଗ ଚିହ୍ନଟ କଲା ସୁରକ୍ଷା ବାହିନୀ

0 68

ନୂଆଦିଲ୍ଲୀ: ଜମ୍ମୁରେ ଭାରତ-ପାକିସ୍ତାନ ସୀମାନ୍ତର ଠିକ୍ ତଳକୁ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଗୋଟାଏ ସୁଡ଼ଙ୍ଗ ଠାବ କରିଥିବା କଥା ଶନିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି । ଅନୁପ୍ରବେଶରେ ସହାୟତା କରୁଥିବା ଏହି ଧରଣ ଅନ୍ୟ କେଣସି ଗୁପ୍ତ ଢାଞ୍ଚା ଖୋଜିବା ପାଇବା ଏବଂ ମିଳିଥିବା ସୁଡ଼ଙ୍ଗର ବିଶ୍ଳେଷଣ କରିବା ଲାଗି “ବିଏସ୍ଏଫ୍’ ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ତଲାସ ଅଭିଯାନ ଚଳାଇଥିବା କଥା ସେମାନେ କହିଛନ୍ତି । ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଅନୁପ୍ରବେଶ ନିରୋଧୀ ଗ୍ରିଡ୍ ଅତୁଟ ରହିଛି ଏବଂ ସୀମାନ୍ତର ସେ ଅଞ୍ଚଳରେ କେଣସି ଫାଙ୍କା ନାହିଁ ବୋଲି ସୁନିଶ୍ଚିତ ହେବାକୁ “ବିଏସ୍ଏଫ୍’ର ମହାନିର୍ଦେଶକ ରାକେଶ ଅସ୍ଥାନା ତାଙ୍କ ସୀମାନ୍ତ କମାଣ୍ଡର୍ମାନଙ୍କୁ ନିର୍ଦେଶ ଦେଇଛନ୍ତି । ଭାରତୀୟ ପାର୍ଶ୍ୱର ସୀମାନ୍ତ ବାଡ଼ ଠାରୁ ପ୍ରାୟ ୫୦ ମିଟର ଦୂରରେ ଥିବା ଏହି ସୁଡ଼ଙ୍ଗଟିକୁ ଗୁରୁବାର ଦିନ ଜମ୍ମୁର ସାମ୍ବା ସେକ୍ଟରରେ ବିଏସ୍ଏଫ୍ ପାଟ୍ରୋଲ୍ ଟିମ୍ ଠାବ କରିଥିଲେ । ପ୍ରାପ୍ତ ତଥ୍ୟ ଅନୁସାରେ, ମୁହଁ ପାଖରେ ସୁଡ଼ଙ୍ଗଟିର ଗଭୀରତା ପ୍ରାୟ ୨୫ ଫୁଟ୍ । ଏହାପରେ ସେମାନେ ସୁଡ଼ଙ୍ଗଟିକୁ ଯାଞ୍ଚ କରି ତା’ ମୁହଁରୁ ୮/୧୦ଟି ପ୍ଲାଷ୍ଟିକ୍ ବାଲିବସ୍ତା ପାଇଥିଲେ । ସେ ପ୍ଲାଷ୍ଟିକ୍ ବସ୍ତାରେ କରାଚି ଏବଂ ଶକରଗଡ଼ ଆଦି ଛାପା ଯାଇଥିଲା । ଏହି ସୁଡ଼ଙ୍ଗ ଠାରୁ ପ୍ରାୟ ୪୦୦ ମିଟର ଦୂରରେ ନିକଟତମ ପାକିସ୍ତାନୀ ବଡର୍ର୍ ପୋଷ୍ଟ୍ ଅବସ୍ଥିତ । ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ପୂର୍ବରୁ ମଧ୍ୟ ସୀମା ସୁରକ୍ଷା ବଳ ଜମ୍ମୁ ସୀମାନ୍ତରେ ସୁଡ଼ଙ୍ଗମାନ ଠାବ କରିଛନ୍ତି ।

Leave A Reply

Your email address will not be published.