ଅକ୍ଟୋବରରେ ଫ୍ରାନ୍ସରୁ ଭାରତ ଆସିବ ଆଉ ୪ଟି ରାଫେଲ

0 71

ନୂଆଦିଲ୍ଲୀ : ଫ୍ରାନ୍ସର ୪ ଟି ରାଫାଲ୍ ଯୁଦ୍ଧ ବିମାନର ଦ୍ୱିତୀୟ ବ୍ୟାଚ୍ ଅକ୍ଟୋବରରେ ଭାରତରେ ପହଞ୍ଚିବ । ଆସନ୍ତା ସପ୍ଟେମ୍ବର ୧୦ ତାରିଖ ଦିନ ଭାରତୀୟ ବାୟୁସେନାରେ ୫ ଟି ରାଫେଲ୍ ଯୁଦ୍ଧ ବିମାନର ଆନୁଷ୍ଠାନିକ ସାମିଲ ହେବା ସମାରୋହ ଅମ୍ବାଲା ଏୟାରବେସ୍ ଷ୍ଟେସନରେ ଅନୁଷ୍ଠିତ ହେବ । ଏ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ ମଧ୍ୟ ପଠାଯାଇଛି । ଏହି ସମାରୋହରେ ଯୋଗଦେବାକୁ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାଲିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ବାୟୁସେନା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଅକ୍ଟୋବରରେ ଫ୍ରାନ୍ସର ଯୁଦ୍ଧବିମାନ ରାଫେଲର ଦ୍ୱିତୀୟ ବ୍ୟାଚ୍ରେ ·ରିଟି ବିମାନ ଭାରତୀୟ ବାୟୁସେନା ଦିବସରେ ଭାରତରେ ପହଞ୍ôଚବ ବୋଲି ଆଶା କରାଯାଉଛି । ୨୯ ଜୁଲାଇରେ ଆସିଥିବା ୫ଟି ରାଫେଲ ବିମାନକୁ ଅନୁମୋଦନ ପାଇଁ ୧୦ ସେପ୍ଟେମ୍ବରରେ ଅମ୍ବାଲା ବାୟୁସେନା ଷ୍ଟେସନରେ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ ପଠାଯାଇଛି । ଫ୍ରାନ୍ସର ପ୍ରତିପକ୍ଷ ଫ୍ଲୋରେନ୍ସ ପାଲୀ ମଧ୍ୟ ଏହି ସମାରୋହରେ ଅଂଶଗ୍ରହଣ କରିବା ନିଶ୍ଚିତ ହୋଇଛି । ପ୍ରଥମ ଦଫାରେ ପ୍ରାନ୍ସରୁ ଆସିଥିବା ଦୁଇଟି ଯୁଗ୍ମ ସିଟର୍ ବିମାନକୁ ତାଲିମ ପାଇଁ ବ୍ୟବହାର କରାଯିବାକୁ ଥିବାବେଳେ ୩ ଟି ବିମାନକୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.