କୋରାନ୍ ପୋଡ଼ିକୁ ନେଇ ସ୍ୱିଡେନରେ ଦଙ୍ଗା

0 79

ମାଲମୋ : ଦକ୍ଷିଣ ସ୍ୱିଡେନର ମାଲମୋ ସହରରେ ଇସ୍ଲାମ ଧର୍ମଗ୍ରନ୍ଥ କୋରାନ ପୋଡିକୁ ନେଇ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଦଙ୍ଗା ଉପୁଜିଛି । ଶହ ଶହ ସଂଖ୍ୟାରେ ମାଇଗ୍ରା ମୁସଲମାନମାନେ ରାସ୍ତାକୁ ଓହ୍ଲାଇ ବ୍ୟାପକ ପୋଡାଜଳା କରିବା ସହ ହିଂସା ଭିଆଇଛନ୍ତି । ପରିସ୍ଥିତିକୁ ଆୟତ୍ତ କରିବା ଲାଗି ପୋଲିସ ଉଦ୍ୟମ ଜାରି ରଖିଥିବା ବେଳେ ବେଳକୁ ବେଳ ଅଣାୟତ୍ତ ହେବାରେ ଲାଗିଛି । ମିଳୁଥିବା ସୂଚନା ଅନୁସାରେ ଡେନମାର୍କର ଦକ୍ଷିଣପନ୍ଥୀ ନେତା ରାସମୁସ୍ ପାଲୁଦାନଙ୍କର ମାଲମୋରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର ଥିଲା । ତେବେ ସେ ମାଲମୋ ପହଞ୍ଚିବା ପୂର୍ବରୁ ପୋଲିସ ତାଙ୍କୁ ଅଟକ କରିବାରୁ ସମର୍ଥକ ଷ୍ଟ୍ରାମ କୁରୁସ ଗୋଷ୍ଠୀ ଏକ ଶୋଭାଯାତ୍ରାରେ କୋରାନ ପୋଡି କରିଥିଲେ । ଏହି ଘଟଣା ପ୍ର·ରିତ ହେବା ପରେ ବ୍ୟାପକ ଦଙ୍ଗା ଉପୁଜିଥିବା ବେଳେ ପରିସ୍ଥିତି ଅଣାୟତ୍ତ ହୋଇପଡିଛି । ମାଲମ ସହରର ବିଭିନ୍ନ ସ୍ଥାନରେ ପ୍ରବାସୀ ମୁସଲମାନମାନେ ଏକତ୍ରୀତ ହୋଇ ବ୍ୟାପକ ପୋଡାଜଳା ସାଙ୍ଗକୁ ପୋଲିସ ଉପରକୁ ଟେକାପଥର ମାଡ କରୁଛନ୍ତି । ସ୍ୱିଡେନ ଦଙ୍ଗା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ କରିବାରେ ଲାଗିଛି । ଅଣ ମୁସଲମାନ ଗୋଷ୍ଠୀ ଘଟଣାକୁ ତୀବ୍ର ନିନ୍ଦା କରୁଥିବା ବେଳେ ନିଜ ମାତୃଭୂମିକୁ ବିପଦରେ ପକାଇ ଏବେ ଏଣେତେଣେ ବୁଲୁଥିବା ଲୋକେ ଅଶାନ୍ତିର କାରଣ ପାଲଟିଛନ୍ତି ବୋଲି ଲୋକେ ଉଲ୍ଲେଖ କରୁଛନ୍ତି ।

Leave A Reply

Your email address will not be published.