ଶୀତ ଦିନେ କରୋନା ଭୟଙ୍କର ରୂପ ନେବ : ଡବ୍ଲୁଏଚ୍ଓ

0 75

ନୂଆଦିଲ୍ଲୀ : ଶୀତ ଦିନେ କରୋନା ଭୟଙ୍କର ରୂପ ନେବ । ଆକ୍ରାନ୍ତଙ୍କ ସଂଖ୍ୟା ବଢିବ ।ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ଏପରି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲ୍ୟୁଏଚଓ । ଡବ୍ଲ୍ୟୁଏଚଓର ରିଜିଓନାଲ ଡାଇରେକ୍ଟର ବା ଆଞ୍ଚଳିକ ନିର୍ଦ୍ଦେଶକ ହେନରୀ କ୍ଲଗ୍ କହିଛନ୍ତି ଯେ, ଶୀତଦିନେ ଉଭୟ ଯୁବକ ଓ ବୟସ୍କଙ୍କ ପାଇଁ ଅଧିକ ବିପଦ ରହିଛି । ଏପରିକି କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ମଧ୍ୟ ଅଧିକ ଆକ୍ରାନ୍ତ ଭର୍ତ୍ତି ହେବେ । ମୃତ୍ୟୁଦର ମଧ୍ୟ ବୃଦ୍ଧି ପାଇବ । ହେନରୀ ତିନୋଟି ମୁଖ୍ୟ କାରଣ ଉପରେ ଫୋକସ୍ କରିବାକୁ କହିଛନ୍ତି । ସ୍କୁଲ ଖୋଲିବା, ଥଣ୍ଡା ଜ୍ୱର ଯେପରି ନହୁଏ ଓ ବୟସ୍କଙ୍କ ଉପରେ ଧ୍ୟାନ ରଖିବାକୁ ପ୍ରାଧାନ୍ୟ ଦିଆଯାଇଛି । ଆମେରିକାରେ ସ୍କୁଲ-କଲେଜ ଖୋଲିବା ପରେ ଅନେକ ସ୍ଥାନରେ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି ୟ ମିସିସିପିର ଏକ ସ୍କୁଲରେ ୪୦୦୦ ଛାତ୍ର ଓ ୬୦୦ ଶିକ୍ଷକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ସେ ଆହୁରି କହିଛନ୍ତି ଯେ, ଏକ କମିଟି ଗଠନ କରାଯାଇଛି ଯେଉଁଥିରେ ଜରୁରୀକାଳିନ ନିୟମରେ କେତେକ ପରିବର୍ତ୍ତନ କରାଯିବ । ଏହାସହ ଜାନୁଆରୀ ୩୦ ଯାଏଁ ହେଲଥ୍ ଏମରଜେନ୍ସି ଜାରି କରାଯାଇଛି ।

Leave A Reply

Your email address will not be published.