ଦେଶ ମଧ୍ୟରେ ତିଆରି କରାଯାଉଥିବା ଖେଳଣାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ : ମୋଦି

0 77

ନୂଆଦିଲ୍ଲୀ : କରୋନା ଭାଇରସ ପାଇଁ ଉପୁଜିଥିବା ଏହି ସ୍ଥିତିରେ ସମସ୍ତେ ନିଜ ଦାୟିତ୍ୱ ବାବଦରେ ସଚେତନ ହୋଇଛନ୍ତି । ସବୁ ପ୍ରକାର ଉତ୍ସବରେ ନାଗରିକମାନେ ସଂଯମତା ରକ୍ଷା କରୁଛନ୍ତି । ଯାହା ଅଦ୍ଭୁତପୂର୍ବ ବୋଲି ମନ୍ କୀ ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମ ଦେଶର ପର୍ବ ଓ ପରିବେଶ ମଧ୍ୟରେ ସମ୍ପର୍କ ରହିଛି । ବିହାରର ପଶ୍ଚିମ ଚମ୍ପାରଣରେ ବର୍ଷ ବର୍ଷ ଧରି ଥାରୁ ଆଦିବାସୀମାନେ ୬୦ ଘଣ୍ଟାର ଲକଡାଉନ୍ ବା ବରନା ଉତ୍ସବ ପାଳନ କରିଥାନ୍ତି । ପ୍ରକୃତିର ରକ୍ଷା କରିବା ପାଇଁ ଏହି ସମାଜର ଲୋକେ ବରନାକୁ ନିଜର ପରମ୍ପରା କରିଛନ୍ତି । ବର୍ତ୍ତମାନ ହେଉଛି ଉତ୍ସବର ସମୟ । ବିଭିନ୍ନ ସ୍ଥାନରେ ମେଳା ଲାଗିଥାଏ । ଧାର୍ମିକ ପୂଜାପାଠ ହାଇଥାଏ । କିନ୍ତୁ କରୋନା ସଙ୍କଟ ସମୟରେ ଲୋକମାନେ ଉତ୍ସାହିତ ଥିଲେ ମଧ୍ୟ ଅନୁଶାସନର ପାଳନ କରୁଛନ୍ତି । ଯାହା ମନକୁ ଛୁଇଁଛି । ସେପ୍ଟେମ୍ବର ୫ରେ ଗୁରୁ ଦିବସ ପାଳନ କରାଯିବ । ଶିକ୍ଷକଙ୍କ ସାମ୍ନାରେ ଅନେକ ଚ୍ୟାଲେଞ୍ଜ୍ ରହିଛି । ଦେଶରେ ନୂଆ ଶିକ୍ଷାନୀତି ଲାଗୁ ହୋଇଛି । ସେ ଆହୁରି କହିଛନ୍ତି ଯେ, ଶିଶୁମାନଙ୍କ ପାଇଁ ଖେଳଣା ବହୁତ ଗୁରୁତ୍ୱପୂର୍ଣ୍ଣ । ଏହା ସେମାନଙ୍କ ସୃଜନଶୀଳତାକୁ ବୃଦ୍ଧି କରିଥାଏ । ଦେଶ ମଧ୍ୟରେ ତିଆରି କରାଯାଉଥିବା ଖେଳଣାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଅନେକ କୁଶଳ କାରିଗର ଅଛନ୍ତି ଯେଉଁମାନେ ଭଲ ଖେଳଣା ତିଆରି କରନ୍ତି । ବିଶ୍ୱର ଖେଳଣା ଶିଳ୍ପ ୭ ଲକ୍ଷ କୋଟିରୁ ମଧ୍ୟ ଅଧିକ । ଭାରତରେ କିନ୍ତୁ ଏହାର ଅଂଶ ବହୁତ କମ୍ । ଦେଶ ପାଖରେ ସବୁକିଛି ଥିବାରୁ ଖେଳଣା ଶିଳ୍ପକୁ ଆଗକୁ ନେବା ଆବଶ୍ୟକ । କରୋନା ସଙ୍କଟରେ କୃଷକମାନେ ସେମାନଙ୍କର ଅଦମ୍ୟ ସାହାସର ପରିଚୟ ଦେଇଛନ୍ତି । ଫଳରେ ଖରିଫ ଋତୁରେ ଫସଲ ଅମଳ ପୂର୍ବାପେକ୍ଷା ୭ ପ୍ରତିଶତ ବୃଦ୍ଧି ପାଇଛି । ସେ ଆହୁରି ମଧ୍ୟ ଅନଲକ୍ ୪ର ଗାଇଡଲାଇନ୍ ବାବଦରେ ଦେଶବାସୀଙ୍କ ସହ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.