ନେତୃତ୍ୱ ପରିବର୍ତ୍ତନର ଅଧିକାର କେବଳ ସୋନିଆଙ୍କର ରହିଛି : ଖୁର୍ସିଦ୍

0 69

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ କହିଛନ୍ତି ଯେ ସୋନିଆ ଗାନ୍ଧୀ ଏହି ପଦବୀରେ ଥିବାରୁ କଂଗ୍ରେସ ପାଇଁ କୌଣସି ସଭାପତି ଆବଶ୍ୟକତା ନାହିଁ । ନେତୃତ୍ୱ ପ୍ରସଙ୍ଗରେ ନିଷ୍ପତ୍ତି ନେବାର ଅଧିକାର କେବଳ ତାଙ୍କର ହିଁ ଅଛି । ସଲମାନ ଖୁର୍ସିଦ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ଗାନ୍ଧୀ ପରିବାରର ଜଣେ ଘନିଷ୍ଠ ନେତା ଭାବରେ ପରିଗଣିତ । ଖୁର୍ସିଦ ଏକ ସାକ୍ଷାତକାରରେ କହିଛନ୍ତି ଯେ ଯେତେବେଳେ ଲୋକମାନେ ତାଙ୍କ ସହ ଯୋଗାଯୋଗ କରନ୍ତି ସେତେବେଳେ ସେମାନେ ଚିଠିରେ ଦସ୍ତଖତ କରନ୍ତି ନାହିଁ । ସୋନିଆ ଗାନ୍ଧୀଙ୍କଠାରୁ ଏହି ସଂଗଠନରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଦାବି କରାଯାଇଛି । ଏହି ଚିଠିରେ ପୂର୍ଣ୍ଣକାଳୀନ ନେତୃତ୍ୱର ଦାବି ମଧ୍ୟ କରାଯାଇଛି । ଗୁଲାମ ନବୀ ଆଜାଦଙ୍କ ପ୍ରଶ୍ନ ଉପରେ ଖୁର୍ସିଦ କହିଛନ୍ତି ଯେ ସେ ବର୍ଷ ବର୍ଷ ଧରି କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରେ ଅଛନ୍ତି । ସେତେବେଳେ ମଧ୍ୟ ସଭାପତି ପଦ ପାଇଁ କୌଣସି ନିର୍ବାଚନ ଅନୁଷ୍ଠିତ ହୋଇନଥିଲା ଏବଂ ଏହା ସତ୍ତେ୍ୱ ଦଳ ଆଗକୁ ବଢ଼ି·ଲିଥିଲା । ଏହି ଚିଠିରେ ଦସ୍ତଖତ କରିଥିବା ୨୩ ନେତାଙ୍କ ମଧ୍ୟରେ ଗୁଲାମ ନବୀ ଆଜାଦଙ୍କ ନାମ ରହିଛି । ଏହି ନେତାମାନେ ସଂଗଠନରେ ପରିବର୍ତ୍ତନ ଆଣିବାକୁ ଦାବି କରିଛନ୍ତି । ଖୁର୍ସିଦ କହିଛନ୍ତି ଯେ ଆଜି ଆଜାଦ ଯେଉଁ ପରିବର୍ତ୍ତନ ·ହୁଁଛନ୍ତି ସେହି ଦାବି ଦଳ ମଧ୍ୟରେ ବହୁଦିନରୁ ଚାଲିଆସୁଛି । ଖୁର୍ସିଦଙ୍କ ଅନୁଯାୟୀ କଂଗ୍ରେସ ନେତୃତ୍ୱ ଆଜାଦଙ୍କ ଦାବି ଉପରେ ଧ୍ୟାନ ନିଶ୍ଚିତ ଦେବ । କାରଣ ଆଜାଦ୍ ଦଳର ଜଣେ ବରିଷ୍ଠ ନେତା ।

Leave A Reply

Your email address will not be published.