ଆଜି ପ୍ରଶାନ୍ତ ଭୂଷଣଙ୍କ ଦଣ୍ଡ ଶୁଣାଣି

0 71

ନୂଆଦିଲ୍ଲୀ, ୩୦ ।୮ : ନ୍ୟାୟପାଳିକାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଲାଗି ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ୩୧ ଅଗଷ୍ଟ ସୋମବାର ମାମଲାରେ ଦଣ୍ଡ ଶୁଣାଣି ହେବ । ଏଣୁ ସାରା ଦେଶର ନଜର ଏବେ କୋର୍ଟଙ୍କ ଉପରେ ରହିଛି । ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ଅଋଣ ମିଶ୍ରଙ୍କ ଖଣ୍ଡପୀଠ ଅଗଷ୍ଟ ୨୫ ତାରିଖରେ ମାମଲାର ଶେଷ ଶୁଣାଣି କରିଥିଲେୟ ତେବେ ମନ୍ତବ୍ୟ ଲାଗି ପ୍ରଶାନ୍ତ ଭୂଷଣ କ୍ଷମାଯାଚନା କରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ଗତ ଅଗଷ୍ଟ ୧୪ ତାରିଖରେ ପ୍ରଶାନ୍ତ ଭୂଷଣ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ନ୍ୟାୟପାଳିକାଙ୍କ ଲାଗି ଅପମାନଜନକ ମନ୍ତବ୍ୟ ଦେଇଥିଲେ । ଏ ନେଇ ତାଙ୍କ ବିରୋଧରେ ନ୍ୟାୟାଳୟ ଅବମାନନା ମୋକଦ୍ଦମା ରୁଜୁ ହୋଇଥିବା ବେଳେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ମାମଲାରେ ଦଣ୍ଡ ଶୁଣାଣି ହୋଇ ନାହିଁୟ ଗତ ୨୫ ଅଗଷ୍ଟ ଶୁଣାଣିରେ ଜଷ୍ଟିସ୍ ଅଋଣ ମିଶ୍ରଙ୍କ ଖଣ୍ଡପୀଠ ନିଜ ନିଷ୍ପତ୍ତିର ତର୍ଜମା ଲାଗି ପ୍ରଶାନ୍ତ ଭୂଷଣଙ୍କୁ ୩୦ ମିନିଟ୍ ସମୟ ମଧ୍ୟ ଦେଇଥିଲେୟ ହେଲେ ପ୍ରଶାନ୍ତ ଭୂଷଣ କ୍ଷମା ମାଗିବେ ନାହିଁ ବୋଲି ନିଜ ଜିଦରେ ଅଟଳ ଅଛନ୍ତି । ନ୍ୟାୟପାଳିକା ଅବମାନନା ଲାଗି ପ୍ରଶାନ୍ତ ଭୂଷଣଙ୍କୁ କୋର୍ଟ ହୁଏତ ୬ ମାସ ଜେଲ ଅଥବା ୨ହଜାର ଟଙ୍କା ପର୍ଯ୍ୟନ୍ତ ଜରିମନା ଦଣ୍ଡାଦେଶ କରିପାରନ୍ତି । ହେଲେ ଏହା ସମସ୍ୟା ସମାଧାନର ବାଟ ନୁହେଁ ବୋଲି ଗତ ଶୁଣାଣିରେ ଜଷ୍ଟିସ ମିଶ୍ର କହିଥିଲେ । ସେ କହିଥିଲେ ଯେ ବି·ରପତିମାନଙ୍କୁ ନିନ୍ଦା କରାଯାଉଛି ଓ ସେମାନଙ୍କ ପରିବାର ଲୋକଙ୍କୁ ଅପମାନିତ କରାଯାଉଛି । ଦେଶରେ କେଉଁ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିଥିବ ବୋଲି ସେ ପ୍ରଶ୍ନ କରିଥିଲେ । ଏହା ସତ୍ତେ୍ୱତ୍ତ୍ୱ ମଧ୍ୟ ପ୍ରଶାନ୍ତ ଭୂଷଣ ତାଙ୍କ ନିଷ୍ପତ୍ତିରେ ଟଳି ନାହାନ୍ତି । ତେବେ ପ୍ରସଙ୍ଗରେ ପ୍ରଶାନ୍ତ ଭୂଷଣ ନିରପେକ୍ଷ ହୁଅନ୍ତୁ ବୋଲି ତାଙ୍କ ଓକିଲଙ୍କୁ କହିଥିଲେ କୋର୍ଟ ।

Leave A Reply

Your email address will not be published.