ଅସଜଡ଼ା କେଶ ସଜାଡ଼ିବାର ଉପାୟ

0 73

ବ୍ୟସ୍ତ ବହୁଳ ଜୀବନରେ ଅଧିକାଂଶ ମହିଳାକୁ ନିତିଦିନ କେଶ ବିନ୍ୟାସ କରିବାକୁ ସମୟ ମିଳିନଥାଏ । ଯେଉଁ କାରଣରୁ ସେମାନ କେଶକୁ ଅସଜଡ଼ା ଭାବେ ବାନ୍ଧି ଦେଇ ନିଜ କାମରେ ବାହାରି ଯାଇଥାନ୍ତି । ଏପରି ଲଗାତର କିଛି ଦିନ ହେଲେ କେଶ ଜଟା ହେବା ଆରମ୍ଭ ହୋଇଯାଏ । ଥରେ କେଶ ଜଟା ହୋଇଗଲେ ତାହାକୁ କୁଣ୍ଡାଇ ସଜାଡ଼ିବା ଏତେଟା ସହଜ ହୋଇନଥାଏ । ପ୍ରବଳରୁ ଅତିପ୍ରବଳ କେଶ ଝଡ଼ିଥାଏ ଏହି କ୍ଷେତ୍ରରେ । ଯଦି ଆପଣ କେତେବେଳେ ଏହିପରି କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତ କ’ଣ କରିବେ? ଆମେ ଆପଣଙ୍କୁ ଏପରି କିଛି ତରିକା ବତାଇବୁ ଯାହା ଦ୍ୱାରା ଆପଣ ଆପଣଙ୍କ ଜଟା କେଶକୁ ସହଜରେ ଛଡ଼ାଇ ପାରିବେ । ଆପଣଙ୍କ କେଶ ଯଦି ଜଟା ହୋଇଛି ତେବେ ଆପଣ ଛଡ଼ା ଦାନ୍ତଯୁକ୍ତ ପାନିଆ ବ୍ୟବହାର କରନ୍ତୁ । ଯାକ ଦାନ୍ତଯୁକ୍ତ ପାନିଆ ବ୍ୟବହାର କଲେ କେଶ ଛିଡ଼ିଯିବାର ଅତ୍ୟଧିକ ସମ୍ଭାବନା ରହିଛି । କେଶର ଜଟ ଛଡ଼ାଇବା ପାଇଁ ଯେତେ ପାରୁଛନ୍ତି ପତଳା ତେଳର ବ୍ୟବହାର କରନ୍ତୁ । ତେଲକୁ ତାଳୁରୁ ନେଇ କେଶ ଅଗ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ମାଲିସ୍ କରନ୍ତୁ । ତାପରେ ହାତରେ ଖୁବ୍ କମ୍ କମ୍ କେଶ ନେଇ ପାନିିଆରେ କୁଣ୍ଡାନ୍ତୁୟ ଅସଜଡ଼ା କେଶ ସହ କୁଣ୍ଡା ଯାଇଥିବା କେଶକୁ ନମିଶାଇ ଅଲଗା ରଖନ୍ତୁ । ଧୀରେ ଧୀରେ କରି ସବୁ କେଶ କୁଣ୍ଡାଇ ସାରିବା ପରେ ସବୁକୁ ମିଶାଇ ସଜାଡ଼ନ୍ତୁ । କେଶ ଜଟା ନହେବା ପାଇଁ ଆପଣ କେଶରେ ଅଣ୍ଡା ବ୍ୟବହାର କରିପାରିବେ । କଞ୍ଚା ଅଣ୍ଡାକୁ ଫଟାଇ କେଶରେ ଲଗାନ୍ତୁୟ କିଛି ସମୟ ପରେ କେଶ ଧୋଇ ଦିଅନ୍ତୁ । ଦେଖିବେ କେଶ ମସୃଣ ହୋଇଯିବ ବାଦାମ ତେଲ୍ କେଶ ପାଇଁ ବହୁତ ଭଲ । ଆପଣ ଦେନିକ କେଶରେ ବାଦାମ ତେଲ୍ ମାଲିସ୍ କଲେ ଜଟା ସମସ୍ୟା ରହିବ ନାହିଁ ।

Leave A Reply

Your email address will not be published.