ସେପ୍ଟେମ୍ବର ୩୦ ଯାଏଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ରୋକ୍

0 65

ନୂଆଦିଲ୍ଲୀ, ୧ ।୯ : ବିମାନ ଚଳାଚଳ ନିୟନ୍ତ୍ରକ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ (ଡିଜିସିଏ) ସୋମବାର ଦିନ ଏକ ନିର୍ଦ୍ଦେଶ ଜାରି କରି ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକକୁ ୩୦ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଡିଜିସିଏ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ ଯଦି କରୋନା ମହାମାରୀ ପ୍ରଭାବ ଏବଂ ଏହାର ପ୍ରତିରୋଧ ପାଇଁ ଏ ପର୍ଯ୍ୟନ୍ତ କୌଣସି ଔଷଧ କିମ୍ବା ଟିକା ବାହାରି ପାରିନଥିବାରୁ ଭାରତ ସରକାର ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଗୃହ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ବିମାନରେ ଏହି ପ୍ରତିବନ୍ଧକ ଲାଗୁ ହେବ ନାହିଁ । ସେହିଭଳି ସମସ୍ତ କାର୍ଗୋ ବିମାନ ମଧ୍ୟ ଏହି ନିଷେଧାଦେଶରୁ ଦୂରେଇ ରହିବ । ତେବେ ମାସ୍କ ପିନ୍ଧି ନ ଲଗାଇଥିବା ଯାତ୍ରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡିଜିସିଏ ଏୟାରଲାଇନ୍ସକୁ କହିଛି ଯେ ଯଦି ସେମାନେ କୌଣସି ଯାତ୍ରୀ ମାସ୍କ ପିନ୍ଧିନଥିବା ଦେଖିବାକୁ ପାଇବେ ତାଙ୍କୁ ନୋ-ଫ୍ଲାଏ ତାଲିକାରେ ସେମାନଙ୍କ ନାମ ରଖିପାରିବେ । ଅର୍ଥାତ୍ ତାଙ୍କ ବିମାନ ଯାତ୍ରାକୁ କିଛି ସମୟ ପାଇଁ ନିଷେଧ କରାଯାଇପାରେ ।

Leave A Reply

Your email address will not be published.