ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କରୋନା ଆକ୍ରାନ୍ତ

0 87

ଭୁୁବନେଶ୍ୱର, ୧ ।୯ (ଡି.କେ. ନ୍ୟୁଜ୍) : ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି । ଭଗବାନଙ୍କ ଆଶୀର୍ବାଦରୁ ସେ ସ୍ଥିର ଅଛନ୍ତି ହେଲେ ·ନ୍ଦବାଲିର ବନ୍ୟା ପ୍ରପୀଡ଼ିତ ଲୋକଙ୍କ ସେବା କରି ପାରୁ ନଥିବାରୁ ସେ ଦୁଃଖିତ ବୋଲି ଲେଖିଛନ୍ତି ।

Leave A Reply

Your email address will not be published.