ସଡକ ଦୁର୍ଘଟଣା ଜଣେ ମୃତ , ୩ ଆହତ

0 75

ମାଲକାନଗିରି ,୧ ।୯ (ଡି.କେ. ନ୍ୟୁଜ୍) : କାଲିମେଳା ବ୍ଲକ ମୁରଲୀଗୁଡା ଗାଁ ନିକଟରେ ଏକ ବାଇକ ସହ ଅଟୋର ମୁହାଁମୁହିଁ ଧକ୍କା ହେବାରୁ ମଟର ସାଇକେଲ ଚଳାଉଥିବା ଜଣେ ଯୁବକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅଟୋ ଚଳାଉଥିବା ଡ୍ରାଇଭର ଓ ଅଟୋ ରେ ବସିଥିବା ଦୁଇଜଣ ଗୁରୁତର ହୋଇଥିବା ଜଣାପଡିଛି । ଆହତ ମାନଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ ଏମଭି – ୭୯ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅଟୋ ଡ୍ରାଇଭର ଅଧିକ ଗୁରୁତର ଥିବାରୁ ତାକୁ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମୃତ୍ୟୁ ହୋଇଥିବା ବାଇକ ·ଳକ ଜଣଙ୍କ ହେଉଛନ୍ତି ମାଲକାନଗିରି ବ୍ଲକ ଶିଖପାଲି ପଞ୍ଚାୟତ କୋଡେଲମେଟଲା ଗ୍ରାମର ମାରା ସୋଡି ( ୨୮ ) ବୋଲି ତାର ସାନ ଭାଇ ଭୀମା ସୋଡି ପ୍ରକାଶ କରିଛି । ଅଟୋରେ ଥିବା ୩ ଆହତ ମାନଙ୍କର ପରିଚୟ ମିଳିପାରିନଥିବା ବେଳେ ସେମାନେ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି । ଖବର ପାଇ ମୋଟୁ ଥାନା ଅଧିକାରୀ ଶୁଶାନ୍ତ କୁମାର ସାହୁ ଏବଂ ଅନ୍ୟ ପୋଲିସ କର୍ମ·ରୀ ମାନେ ପହଞ୍ଚି ଆହତଙ୍କୁ ମେଡିକାଲ ପଠାଇବା ବ୍ୟବସ୍ଥା କରିଥିବା ବେଳେ ଦୁର୍ଘଟଣା ଗାଡିଗୁଡିକ ଜବତ କରି ଥାନାକୁ ନେଇଛନ୍ତି । ପୋଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ମୃତ ମାରାର ଶବକୁ ବ୍ୟବଚ୍ଛେଦ ପାଇଁ କାଲିମେଳା ମେଡିକାଲ ପଠାଇଥିବା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.