ଇଭିଏମ୍ ବ୍ୟବହାର ଭାରତୀୟ ଗଣତନ୍ତ୍ରକୁ ଧ୍ୱଂସ କରିଦେବ: ଦିଗବିଜୟ

0 86

ନୂଆଦିଲ୍ଲୀ : ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ପୁଣି ଥରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ(ଇଭିଏମ) ପ୍ରସଙ୍ଗ ଉଠାଇଛନ୍ତି । ଦିଗବିଜୟ ସିଂହ କହିଛନ୍ତି ଇଭିଏମ୍ ବ୍ୟବହାର ଭାରତୀୟ ଗଣତନ୍ତ୍ରକୁ ଧ୍ୱଂସ କରିଦେବ । ଟେକ୍ନୋଲୋଜି ମାଧ୍ୟମରେ ସାଧାରଣ ନିର୍ବାଚନରେ ବଡ ଧରଣର ଜାଲିଆତି ହେଉଛି । ଯଦି ଏମିତି ଜାରି ରହେ ତେବେ ୨୦୨୪ ଭାରତୀୟ ରାଜନୀତିର ଅନ୍ତିମ ନିର୍ବାଚନ ହେବ । ଆମେ ବାଲାଟ୍ ପେପର ଦ୍ୱାରା ନିର୍ବାଚନ କରାଯିବା ପ୍ରକ୍ରିୟା ନଫେରିଲେ ଭବିଷ୍ୟତରେ ଏମିତି ପରିସ୍ଥିତି ଉପୁଜିବ । ଦିଗବିଜୟ ସିଂହ ଭାରତୀୟ ରାଜନୀତିକୁ ନେଇ ଚିନ୍ତା ପ୍ରକଟ କରି ଟ୍ୱିଟରରେ କ୍ୟାଡୱାଲରଙ୍କ ଭିଡିଓ ସେୟାର କରିଛନ୍ତି । ଏଥିରେ କ୍ୟାଡୱଲର କହିଛନ୍ତି କେଉଁଭଳି ଫେସବୁକ ମାଧ୍ୟମରେ କେମ୍ବ୍ରିଜ ଆନାଲିଟିକା ନିର୍ବାଚନକୁ ପ୍ରଭାବିତ କରିଛି । ନିଜ ଭିଡିଓର ଏକ ଛୋଟ ଅଂଶକୁ ଟ୍ୱିଟ୍ କରି ସେ ଏହା କହିଛନ୍ତି । ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୬ ମିଲିୟନରୁ ଅଧିକ ଲୋକ ଦେଖି ସାରିଛନ୍ତି । ଭିଡିଓରେ ସେ ନିର୍ବାଚନରେ ବୈଷୟିକ ଜ୍ଞାନ କୌଶଳ ଜରିଆରେ ହେଉଥିବା ହେରଫେର ଉପରେ ଆଲୋକପାତ କରିଛନ୍ତି । ଉଲ୍ଲେଖଯୋଗ୍ୟ ୨୦୧୪ ଲୋକସଭା ନିର୍ବାଚନ ପରେ ଇଭିଏମ ଦ୍ୱାରା ନିର୍ବାଚନ କରାଯିବାକୁ ଅନେକ ରାଜନୈତିକ ଦଳ ବିରୋଧ କରି ଆସିଛନ୍ତି । ଏବେ ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନ ହେବାକୁ ଯାଉଛି । ତେଣୁ ଇଭିଏମ ପ୍ରସଙ୍ଗକୁ ଜୋରସୋରରେ ପୁଣି ଥରେ ଉଠାଯାଉଛି । କଂଗ୍ରେସ ଲଗାତାର କରୋନା ସଂକ୍ରମଣକୁ ଉଲ୍ଲେଖ କରି ବାଲାଟ ପେପରରେ ନିର୍ବାଚନ କରିବାକୁ ଦାବି କରୁଛି ।

Leave A Reply

Your email address will not be published.