ରାୟକୁ ସମ୍ମାନ,୧ ଟଙ୍କାର ଜରିମାନା ଭରିଲେ ପ୍ରଶାନ୍ତ ଭୂଷଣ

ନୂଆଦିଲ୍ଲୀ: ଏକ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସାମାଜିକ କର୍ମୀ ତଥା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଦେଶର ଶୀର୍ଷ ଅଦାଲତ ସୋମବାର ୧ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଏଥିସହ ଆସନ୍ତା ସେପ୍ଟେଟର ୧୫ ସୁଦ୍ଧା ୧ ଟଙ୍କା ଜରିମାନା ଭରଣା କରିବାରେ ଯଦି ସେ ବିଫଳ ହୁଅନ୍ତି, ତେବେ ତାଙ୍କୁ ତିନିମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ଏବଂ ତିନିମାସ ପାଇଁ ତାଙ୍କୁ ଓକିଲାତି ପେସାରୁ ବଞ୍ଚିତ କରାଯିବ ବୋଲି ସୁପ୍ରିମ କୋର୍ଟ ଆଜି (ସୋମବାର) ରାୟ ଶୁଣାଇଛନ୍ତି । ତେବେ ଏହି ରାୟ ପ୍ରକାଶ ପାଇବା ପରେ ଅଭିଯୁକ୍ତ ପ୍ରଶାନ୍ତ ଭୂଷଣ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ସେ ସୁପ୍ରିମ୍କୋର୍ଟଙ୍କ ଏହି ରାୟକୁ କୃତଜ୍ଞତାର ସହ ଗ୍ରହଣ କରିଛନ୍ତି ଏବଂ ଆଜି ହିଁ ସେ ତାଙ୍କ ଓକିଲ ତଥା ବରିଷ୍ଠ ସହକର୍ମୀ ରାଜୀବ ଧାୱନଙ୍କ ଜରିଆରେ ୧ ଟଙ୍କାର ଜରିମାନା ରାଶି ଅଦାଲତରେ ଜମା କରିଛନ୍ତି । ଉଲ୍ଲେଖଯୋଗ୍ୟ ନ୍ୟାୟପାଳିକା ଓ ଦେଶର ପ୍ରଧାନ ବି·ରପତିଙ୍କ ବିରୋଧରେ ପ୍ରଶାନ୍ତ ଭୂଷଣ କରିଥିବା ଅପମାନ ସୂଚକ ଦୁଇଟି ଟ୍ୱିଟ୍ ଉପରେ କୋର୍ଟ ଶୁଣାଣି କରି ଅଦାଲତ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣଙ୍କୁ ଚଳିତ ମାସ ଆରମ୍ଭରେ ଦୋଷୀ ସାବ୍ୟସ୍ତ କରିଥିଲେ । ଶୁଣାଣି ସମୟରେ ଟୁଇଟ ପାଇଁ କ୍ଷମା ମାଗିନେବାକୁ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ କହିଥିଲେ ମଧ୍ୟ ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ପ୍ରଶାନ୍ତ ଭୂଷଣ ମନା କରି ଦେଇଥିଲେ । କ୍ଷମା ମାଗିବାକୁ ତାଙ୍କ ବିବେକ ଅନୁମୋଦନ କରୁନାହିଁ । ଯଦି ସେ କ୍ଷମା ମାଗିବେ ଏହା ତାଙ୍କ ଅନ୍ତରାତ୍ମା ପ୍ରତି ଅବମାନନା ହେବ ବୋଲି ପ୍ରଶାନ୍ତ ଭୂଷଣ କହିଥିଲେ । ସୁପ୍ରିମ୍କୋର୍ଟଙ୍କ ଗରିମା କ୍ଷୁଣ୍ଣ ହେବା ଉଦ୍ଦେଶ୍ୟରେ ସେ କୌଣସି ଟ୍ୱିଟ୍ କରି ନଥିଲେ ଏବଂ କୋର୍ଟଙ୍କ ପ୍ରତି ତାଙ୍କ ମନରେ ସର୍ବଦା ସମ୍ମାନ ରହିଛି ।

Leave a Reply

Your email address will not be published. Required fields are marked *