ମାଲ୍ୟାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ରାୟ ଜାରି ରହିବ, ସମୀକ୍ଷା ଆବେଦନକୁ ଖାରଜ

0 76

ନୂଆଦିଲ୍ଲୀ: ୨୦୧୭ରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ନେତୃତ୍ୱାଧୀନ ବ୍ୟାଙ୍କଗୁଡିକର ଏକ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଯେଉଁ ରାୟ ଶୁଣାଇଥିଲେ ପରେ ଏହି ନିଷ୍ପତ୍ତି ବିରୋଧରେ ମାଲ୍ୟା ସୁପ୍ରିମକୋର୍ଟରେ ଏକ ସମୀକ୍ଷା ଆବେଦନ କରିଥିଲେ, ଯାହାକୁ ଆଜି ଖାରଜ କରିଦିଆଯାଇଛି । ସୋମବାର ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କାର ଋଣ ନେଇ ଦେଶରୁ ପଳାୟନ କରିଥିବା ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଜଡିତ ଏକ ଆବେଦନ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ବିଜୟ ମାଲ୍ୟାଙ୍କୁ ଅବମାନନା ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ, ଏହା ପରେ ମାଲ୍ୟା ଏହାର ସମୀକ୍ଷା ପାଇଁ ଆବେଦନ କରିଥିଲେ । କୋର୍ଟ ବର୍ତ୍ତମାନ ଏହି ସମୀକ୍ଷା ଆବେଦନକୁ ଖାରଜ କରିଦେଇଛନ୍ତି । ଅର୍ଥାତ୍ ମାଲ୍ୟାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ରାୟ ଜାରି ରହିବ । ଅଗଷ୍ଟ ୨୭ରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ନିଜର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ସୂଚନା ମୁତାବକ, ଏହି ସମଗ୍ର ବିଷୟ ଏକ ଆର୍ଥିକ କାରବାର ସହିତ ଜଡିତ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କାର ଋଣ ନେଇ ଦେଶରୁ ପଳାୟନ କରିବା ପରେ ସୁପ୍ରିମକୋର୍ଟ ଋଣ ନେଇଥିବା ଟଙ୍କା ବ୍ୟାଙ୍କକୁ ଫେରାଇବା ପାଇଁ କହିଥିଲେ । ହେଲେ ମାଲ୍ୟା କୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଯାଇ ବ୍ୟାଙ୍କ ଋଣ ପରିଶୋଧ କରିବା ପରିବର୍ତ୍ତେ ଟଙ୍କା ତାଙ୍କ ପୁଅର ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରିଦେଇଥିଲେ । ମାଲ୍ୟା ୪୦ମିଲିୟନ ଆମେରିକୀୟ ଡଲାର ସ୍ଥାନାନ୍ତର କରିଥିବା ଅଭିଯୋଗ ହୋଇଥିଲା । ତେବେ ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା କରିବା ପରେ ମେ’ ୨୦୧୭ରେ କୋର୍ଟ ମାଲ୍ୟାଙ୍କୁ ଅବମାନନା ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ ।

Leave A Reply

Your email address will not be published.