ପ୍ରଣବ ମୁଖାର୍ଜୀଙ୍କ ପରଲୋକ

0 81

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ହୋଇଛି । ସୋମବାର ସନ୍ଧ୍ୟାରେ ପ୍ରଣବ ମୁଖାର୍ଜୀ ୮୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ନିକଟରେ ପ୍ରଣବ ମୁଖାର୍ଜୀଙ୍କୁ କରୋନା ପଜିଟିଭ୍ ମିଳିଥିଲା । ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଟ୍ୱ୍ୱିଟ୍ କରି ପ୍ରଣବ ମୁଖାର୍ଜୀଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ନିକଟରେ ମସ୍ତିଷ୍କ ଅସ୍ତ୍ରୋପ·ର କରିଥିଲେ । ୨୦୧୨ ରେ ପ୍ରଣବ ମୁଖାର୍ଜୀ ଦେଶର ରାଷ୍ଟ୍ରପତି ହୋଇଥିଲେ । ୨୦୧୭ ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ଥିଲେ । ୨୦୧୯ ମସିହାରେ ତାଙ୍କୁ ଭରତ ରତ୍ନ ପ୍ରଦାନ କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ଥିବାରୁ ପ୍ରଣବ ମୁଖାର୍ଜୀଙ୍କୁ ଅଗଷ୍ଟ ୧୦ ରେ ଦିଲ୍ଲୀର ଆରଆର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ପରେ ଏହି ଅସ୍ତ୍ରୋପ·ର କରାଯାଇଥିଲା ।

Leave A Reply

Your email address will not be published.